Posted inଜାତୀୟ

ଉତ୍ତର ଭାରତରେ ବନ୍ୟା

ନୂଆଦିଲ୍ଲୀ/ହରିଦ୍ୱାର/ରୂପନଗର, ୨୦ା୮(ପି.ଟି.): ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସୁଦ୍ଧା ୩୮ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀରରେ ବନ୍ୟା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହରିଦ୍ୱାରରେ ଗଙ୍ଗା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଦିଲ୍ଲୀରେ ଯମୁନା ନଦୀ ବିପଦସଙ୍କେତ ଟପିଥିବା ଜଣାପଡ଼ିଛି। ପଞ୍ଜାବରେ ଭାକ୍ରା ଜଳଭଣ୍ଡାରର ନିମ୍ନଭାଗ ଜଳାର୍ଣ୍ଣବ ହୋଇପଡ଼ିବାରୁ ଅନେକ କ୍ଷତି ଘଟିଛି। ବର୍ଷା ଓ ବନ୍ୟା ଯୋଗୁ ଅନେକ ଘର ଭାଙ୍ଗିଯାଇ ଥିବାବେଳେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏପରିକି ବହୁ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଜଳାର୍ଣ୍ଣବ ଯୋଗୁ ଯାତାୟାତରେ ବାଧା ସୃଷ୍ଟିହୋଇଛି।
ହିମାଚଳ ପ୍ରଦେଶରେ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଚିନ୍ତା ବଢାଇ ଦେଇଛି। ଏଠାରେ ସୋମବାର ସୁଦ୍ଧା ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଛି। ଲଗାଣ ବର୍ଷା ଯୋଗୁ ରାସ୍ତାଘାଟ ବିଭିନ୍ନ ସ୍ଥାନରେ ବୁଡ଼ିରହି ଥିବାରୁ ଯାତାୟାତରେ ବାଧା ସୃଷ୍ଟିହୋଇଛି। ଭୂସ୍ଖଳନ ଯୋଗୁ ପାଇପ୍‌ଲାଇନ୍‌ ଫାଟିଯିବାରୁ କାଙ୍ଗ୍ରା ଜିଲାକୁ ଦୁଇଦିନ ହେବ ଜଳଯୋଗାଣ ବନ୍ଦରହିଛି। ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟ ୫୭୪ କୋଟି ଟଙ୍କାର କ୍ଷତି ହୋଇଥିବା ରାଜ୍ୟ ସରକାର ପ୍ରକାଶ କରିଛନ୍ତି।
ଉତ୍ତରାଖଣ୍ଡରେ ମଧ୍ୟ ସମାନ ସ୍ଥିତି। ଏଠାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଥିବାବେଳେ ଉତ୍ତରକାଶୀ ଜିଲାରେ ଏବେ ବି ୬ ଜଣ ନିଖୋଜ ଅଛନ୍ତି। ମୋରି ବ୍ଲକର ଅନେକ ଗାଁ ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଧୋଇଯାଇଥିବା ଜଣାପଡ଼ିଛି। ବାୟୁସେନା ହେଲିକପ୍ଟର ସହ ୩ଟି ହେଲିକପ୍ଟରକୁ ସେଠାରେ ରିଲିଫ ଓ ଉଦ୍ଧାର ଲାଗି ମୁତୟନ କରାଯାଇଛି। ଋଷୀକେଶର ତ୍ରିବେଣୀ ଘାଟ ନିକଟରେ ଗଙ୍ଗା ନଦୀ ଜଳ ପହଞ୍ଚିଥିବା ଜଣାପଡ଼ିଛି। ଦିଲ୍ଲୀରେ ଯମୁନା ନଦୀ ସୋମବାର ରାତିରେ ବିପଦସଙ୍କେତ ଟପିଥିବା ଜଣାପଡ଼ିଛି। ନିମ୍ନ ଭାଗରେ ରହୁଥିବା ଲୋକମାନେ ଘରଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଚାଲିଆସିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ପ୍ରଶାସନ ପକ୍ଷରୁ ଯମୁନା ବ୍ରିଜ୍‌କୁ ସାମୟିକଭାବେ ବନ୍ଦ କରିଦିଆଯାଇଛି। ବନ୍ୟାସ୍ଥିତି ନେଇ ସରକାର ସମୀକ୍ଷା କରିଛନ୍ତି। ରବିବାର ହରିୟାଣା ୮.୨୮ ଲକ୍ଷ କ୍ୟୁସେକ୍‌ ପାଣି ଛାଡ଼ିବାରୁ ଏଭଳି ସ୍ଥିତି ଦେଖାଦେଇଛି। ତେବେ ଡରିବାର କିଛିନାହିଁ, ସରକାର ଯେକୌଣସି ପରିସ୍ଥିତି ଲାଗି ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ କହିଛନ୍ତି।
ପଞ୍ଜାବ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ବର୍ଷା ଓ ବନ୍ୟା ଲୋକଙ୍କ ନିଦ ହଜାଇ ଦେଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୋମବାର ବନ୍ୟାସ୍ଥିତିର ସମୀକ୍ଷା କରି ରିଲିଫ ଓ ପୁନଃ ଥଇଥାନ ଲାଗି ତୁରନ୍ତ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଚଣ୍ଡିଗଡ଼ରୁ ରୂପନଗର ଗସ୍ତକରି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ରୂପନଗର ଜିଲାରେ ବିଶେଷ କ୍ଷତି ହୋଇଥିବା ଜଣାପଡ଼ିଛି। ଭାକ୍ରା ଜଳଭଣ୍ଡାରର ନିମ୍ନଭାଗ ଜଳାର୍ଣ୍ଣବ ହୋଇପଡ଼ିବାରୁ ଅନେକ କ୍ଷତି ଘଟିଥିବା ପ୍ରକାଶ। ସେହିଭଳି ଜମ୍ମୁରେ ମଧ୍ୟ ବନ୍ୟାସ୍ଥିତି ଗୁରୁତର ରହିଛି। ତଓ୍ବି ନଦୀ ବ୍ୟାରେଜ୍‌ରେ ଫସିଥିବା ୪ ମତ୍ସ୍ୟଜୀବୀଙ୍କୁ ଭାରତୀୟ ଯବାନମାନେ ବାୟୁସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri