ଉତ୍ତର ଓଡ଼ିଶାରେ ଭୂକମ୍ପ

ବାଲେଶ୍ୱର ଅଫିସ୍‌,୪।୧୨: ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲରେ ୩.୯ ଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ଝଟକା ଅନୁଭବ କରିବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସି ଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ।ବାରିପଦା ସହର ସମେତ ବଡ଼ସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳା ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।