Categories: ମେଟ୍ରୋ

ଉତ୍କଳ ସମ୍ମିଳନୀ ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୫।୮(ବ୍ୟୁରୋ): ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଦିବସ ଅବସରରେ ସୋମବାର ପୂର୍ବାହ୍ନରେ ପିଏମ୍‌ଜି ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉତ୍କଳ ସମ୍ମିଳନୀ ପକ୍ଷରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶାଖା-ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦକ ଅଶୋକ କୁମାର ପାଲଟାସିଂ, ସମାଚାର ପତ୍ରିକାର ସମ୍ପାଦକ ଇଂ ଶିବ ପ୍ରସାଦ ମିଶ୍ର, ପରିଷଦ ସଦସ୍ୟ ମହେଶ୍ୱର ବିଶ୍ୱାଳ, ବାସନ୍ତୀ ତ୍ରିପାଠୀ, କ୍ଷେତ୍ରମୋହନ ନାଏକ, ଅଜୟ କାନୁନ୍‌ଗୋ ଓ ପ୍ରକାଶ କୁମାର ସାମଲ ପ୍ରମୁଖ ଭାଗ ନେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।