ଉଚ ଚିକିଛା ଲାଗି ଟଁକା ଅଭାବ

ଜହ୍ନାପଙ୍କ, ୧୩।୧୦ (ଡି.ଏନ୍‌.ଏ.)- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ର ନାରାୟଣନଗରର ଗୋବର୍ଦ୍ଧନ ତରିଆ(୪୪)। ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏନ୍‌ତାଥି ସେ ଗୁଟେ ବାଡ଼ି ସାହାଯ୍‌ରେ ଯିବାର ଆଏବାର କରୁଛନ୍‌। ହେଲେ ଟଁକା ପଏସା ଅଭାବୁ ଉଚ ଚିକିଛା କରେଇ ନାଇଁପାରି କରି ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ନାରାୟଣନଗରର ଗୋବର୍ଦ୍ଧନ ତରିଆକଁର ପରିବାର କହେଲେ ମାଏକିନା ନିର୍ମଳା, ୩ ଝି’ ଆର ଗୁଟେ ପୁଓକେ ନେଇ ସଁସାର। ପରିବାରଟା ନିହାତି ଗରିବ। ଗୋବର୍ଦ୍ଧନ ମୁଢ଼ି ବିକି କୁଟୁମ ପୁଷୁଥିଲେ। ୨୦୧୬ ମସିହା ଦିଆଲି ଦିନ ସେ ଖୁଣ୍ଟବନ୍ଧ ଗଁାକେ ମୁଢ଼ି ବିକି ଯାଇଥିଲେ। ସେଠାନେ ତାକର ଦିହିପା ବିଗଡ଼ି ଗଲାରୁ ଘରର ଲୋକ୍‌ ଖବର ପାଇ ତାହାକୁ ଜହ୍ନାପଙ୍କ ଡାକ୍‌ତରଖାନାକେ ନେଇଥିଲେ। ଡାକ୍‌ତର ସେଠାନେ ତାକର ରକ୍ତଚାପ କମ୍‌ ଥିବାର କହି ଗୁଟେ ସାଲାଇନ୍‌ ଦେଇଥିଲେ। ହେଲେ ପଛେ ତାକର ଡେବ୍‌ରିଫାଲର ଗୋଡ଼ହାତ୍‌ ପଡ଼ି ଅଚଲ ହେଇଯାଇଥିଲା। ଘରର ଲୋକ୍‌ ତାହାକୁ ଘରକେ ଧରିଆଏଲେ। ହେଲେ ଟଁକା ପଏସା ଅଭାବୁ ଘରର ଲୋକ୍‌ ତାକର ଚେରମୂଲି, ଆୟୁର୍ବେଦିକ ଚିକିଛା କଲେ। ଆୟୁର୍ବେଦିକ ଚିକିଛାଥି ସେ ବାଡ଼ି ଧରି ଚାଲବୁଲ କରିପାରଲେ ସତ୍‌, ହେଲେ ପୂରାପୂରି ଠିକ୍‌ ନାଇଁ ହେଇପାରଲେ। ଏନ୍‌ତାଥି ମାଏକିନା ନିର୍ମଳା କୁଲିମଜୁରି କରି କୁଟୁମପୁଷୁଛନ୍‌ ସିନା ଆପ୍‌ନେର ଉଚ ଚିକିଛା କରେଇ ନାଇଁପାରବାର। ଉପେ ଶୂଇନ୍‌ ନିର୍ମଳା ଶେଷେ ଗଣମାଧ୍ୟମ ଜରିଆରେ ଜିଲା ପରଶାସନ ଆର ସହୁରୁଦ୍‌ ଲୁକ୍‌କୁ ଆପ୍‌ନେର ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌।