ଉଚ୍ଛେଦ ପ୍ରସଙ୍ଗ : ଜିଲାପାଳଙ୍କୁ ସାକ୍ଷାତ କଲେ ୧୫ ଜଣିଆ କମିଟି

ପୁରୀ ଅଫିସ,୪।୯: ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରି ପୁରୀ ସୁରକ୍ଷା ମଞ୍ଚର ୧୫ ଜଣିଆ କମିଟି ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ନିର୍ମାଣ ଉଚ୍ଛେଦ ଲାଗି ଯେଉଁ ନିଷ୍ପତ୍ତି ହୋଇଛି ତା’ର ବ୍ଲୁ -ପ୍ରିଣ୍ଟ ବିଷୟରେ ଜଣାଇବା ପାଇଁ କମିଟି ଜିଲାପାଳଙ୍କୁ ଅବଗତ କରାଇଛି। ଏହି ଅଞ୍ଚଳ ମଧ୍ୟରେ କାହିଁକି ଉଚ୍ଛେଦ କରାଯାଉଛି, ଉଚ୍ଛେଦ ପରେ ଉକ୍ତ ଜାଗାରେ କ’ଣ କରାଯିବ ସେ ବିଷୟରେ ବିସ୍ତୃତ ଭାବେ ଜଣାଇବା ପାଇଁ ଦାବି ରଖିଛନ୍ତି। ମଠ ମନ୍ଦିର ସଂସ୍କୃତିର ସୁରକ୍ଷା ସହିତ ଶ୍ରୀମନ୍ଦିର ବିକାଶ ପାଇଁ ନିଷ୍ପତ୍ତି ନିଆଯାଉ ବୋଲି କମିଟି ପକ୍ଷରୁ ଦାବି ହୋଇଛି। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜିଲାପାଳଙ୍କ ସହ ବର୍ତ୍ତମାନ ଆଲୋଚନା ଜାରିରହିଛି।