ଉଚ୍ଛେଦ ପରେ ଦାଉ ସାଧୁଛି ବର୍ଷା

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଭଞ୍ଜନଗର ଆର୍‌ସିରୋଡ଼ରୁ ଜବରଦଖଲ ଉଚ୍ଛେଦ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଗତ ୨୦ ଦିନ ହେବ ମଝିରେ ମଝିରେ ଏହିଭଳି ବର୍ଷା ହେଉଛି। ତେଣୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପରେ ଡ୍ରେନ ଓ ରାସ୍ତା ପୁନଃନିର୍ମାଣ କାମ ଦ୍ରୁତ ଗତିରେ ଆରମ୍ଭ ହୋଇପାରୁନାହିଁ। ଲୋକେ ବିପଦସଙ୍କୁଳ ଅବସ୍ଥାରେ ଘର ମଧ୍ୟରୁ କାଠ ପୋଲ ସହାୟତାରେ ଡ୍ରେନ୍‌ ପାର ହୋଇ ରାସ୍ତାକୁ ଆସୁଛନ୍ତି। ଉଚ୍ଛେଦ ପରଠୁ ଆରସିରୋଡ଼ର ମୁଖ୍ୟରାସ୍ତା ଠିକ୍‌ ନଥିବା ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ହେଉଛି। ତେଣୁ ବର୍ଷା ଛାଡ଼ିଲେ ହିଁ ପୁନଃରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ହେବାର ସମ୍ଭାବନା ରହିଛି। ବିଗତ ୩ଦିନ ହେବ ଭଞ୍ଜନଗରରେ ତୁହାକୁ ତୁହା ବର୍ଷା ହେଉଛି। ଆଗାମୀ ୨୭ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ସମ୍ଭାବନା ରହିଛି। ଯାହାକୁ ନେଇ ସାହି ବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅପରପକ୍ଷେ ଠିକାଦାର ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ହୋଇ ଅଛନ୍ତି। କିନ୍ତୁ ବର୍ଷାଯୋଗୁ କାମ ଆରମ୍ଭ ହୋଇପାରୁ ନ ଥିବାବେଳେ ଯନ୍ତ୍ରପାତି ଭଡା ଗଣୁଛନ୍ତି।
ପ୍ରକାଶ ଯେ, ଆର୍‌ସିରୋଡକୁ ବହୁଦିନ ହେବ ସାହିଲୋକେ ଜବରଦଖଲ କରି ରଖିଥିଲେ। ଏନେଇ ପ୍ରଶାସନ ପକ୍ଷରୁ ବହୁବାର ଉଚ୍ଛେଦ ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଚାପ ଯୋଗୁ ସମ୍ଭବ ହେଉନଥିଲା। ସହରର ପ୍ରମୁଖ ରାସ୍ତା ଆର୍‌ସିରୋଡ଼ ହୋଇଥିବା ଯୋଗୁ ଅଧିକାଂଶ ସମୟ ଏଠାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଥିଲା। ଏହିଭଳି ପରିସ୍ଥିତିରେ ଗତ ମାସ ୨୯ରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତି ନେଇଥିଲା। ୨୯ରୁ ୪ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଚାଲିଥିଲା। ୨୨୨ଟି ଘର ଉଚ୍ଛେଦ କରାଯାଇଥିଲା। ଉକ୍ତ ଉଚ୍ଛେଦରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଘର ମଧ୍ୟ ଉଚ୍ଛେଦ ହୋଇଛି। ତେଣୁ ପ୍ରଶାସନ ପକ୍ଷରୁ ବର୍ଷା ଛାଡୁଛାଡୁ ତୁରନ୍ତ ଡ୍ରେନ୍‌ ଓ ରାସ୍ତା କାମ ଆରମ୍ଭ କରିବା ପାଇଁ ଦାବି ହୋଇଛି। ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବର୍ଷା ହିଁ କାମ ଆରମ୍ଭରେ ବାଧକ ସାଜିଛି। ତଥାପି ଖୁବ୍‌ଶୀଘ୍ର କାମ ଆରମ୍ଭ କରାଯିବ। ଜନସାଧାରଣଙ୍କ ହିତକୁ ଦେଖି ପଦକ୍ଷେପ ନିଆଯାଉଛି। ଡ୍ରେନ ଓ ରାସ୍ତା ନିର୍ମାଣ ପାଇଁ ୧ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri