Categories: ଜାତୀୟ

ଉଗ୍ର ରୂପ ନେଉଛି ଜେଏନ୍‌ୟୁୁ ଛାତ୍ରଙ୍କ ଆନ୍ଦୋଳନ: ଦିଲ୍ଲୀର ୩ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ,୧୮।୧୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବର୍ଦ୍ଧିତ ଫି’ ବିରୋଧରେ କରୁଥିବା ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁ କେନ୍ଦ୍ର ସଚିବାଳୟ, ଉଦ୍ୟୋଗ ଭବନ ଓ ପଟେଲ ଛକ ମେଟ୍ରୋ ଷ୍ଟେଶନକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ବର୍ଦ୍ଧିତ ଫି’ ବିରୋଧରେ ଜେଏନ୍‌ୟୁର ହଜାର ହଜାର ଛାତ୍ର ସୋମବାର ସଂସଦ ଭବନ ଘେରିବାକୁ ଉଦ୍ୟମ କରିଥିଲେ। ଏମାନଙ୍କୁ ଅଟକାଇବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେମାନେ ଜେଏନ୍‌ୟୁର ୩ଟି ବ୍ୟାରିକେଡ୍‌ ଭାଙ୍ଗିଦେଇଥିଲେ। ସେହି ସମୟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ମାମଲାରେ କିଛି ଛାତ୍ରଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଓ ସଂସଦ ଭବନ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି।

Share