Posted inଜାତୀୟ

ଇ-ଯାନରେ ସାମିଲ ହେବ ଟ୍ରକ୍‌

ନୂଆଦିଲ୍ଲୀ,୨୩।୭: ଏଣିକି ଖୁବ୍‌ଶୀଘ୍ର ରାସ୍ତାରେ ଗଡ଼ିବ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌। ଏନେଇ ସଡ଼କ ପରିବହନ ଓ ଶିଳ୍ପ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ଯୋଜନା ଉପରେ କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି। ଦିଲ୍ଲୀରୁ ମୁମ୍ବାଇ ଭିତରେ ନିର୍ମାଣଧିନ ହୋଇଥିବା ଗ୍ରୀନ ଏକ୍ସପ୍ରେସ ହାଇଓ୍ବେରେ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯିବା ନେଇ ଯୋଜନା ରହିଛି। ଶିଳ୍ପ ମନ୍ତ୍ରଣାଳୟ ସାହାଯ୍ୟରେ ଏହି ସହର ମଧ୍ୟରେ ନିର୍ମାଣଧୀନ ହୋଇଥିବା ଗ୍ରୀନ ଏକ୍ସପ୍ରେସ୍‌ ହାଇଓ୍ବେରେ ୧୦ କିଲୋମିଟର ପର୍ଯ୍ୟନ୍ତ ଏକ କରିଡର ତିଆରି କରାଯିବ ବୋଲି ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସୂଚନା ଦେଇଛନ୍ତି। ଯେଉଁଥିରେ ବିଦ୍ୟୁତ୍‌ ତାର ଲଗାଯିବ। ଏହି ତାର ସାହାଯ୍ୟରେ ୮୦ ଟନ୍‌ କ୍ଷମତା ଥିବା ଇଲେକ୍‌ଟ୍ରିକ୍‌ ଟ୍ରକ୍‌ର ଫଟୋଗ୍ରାଫି ସହ ଯୋଡାଯିବ। କେବଳ ସେତିକି ନୁହେଁ ବିଦ୍ୟୁତ ସହ ଆଉ ଏକ ବିକଳ୍ପ ହେଉଛି ବ୍ୟାଟେରୀ। ଫଟୋଗ୍ରାଫି ସାହାଯ୍ୟରେ କିଛି କିଲୋକମିଟର ଟ୍ରକ୍‌ ଚାଲିବା ପରେ ବ୍ୟାଟେରୀ ଚାର୍ଜ ହୋଇଯିବ। ଏହାପରେ ବ୍ୟାଟେରୀ ଦ୍ୱାରା ଟ୍ରକ ଚାଲିବ। ଯଦି ବ୍ୟାଟେରୀ ଡିସ୍‌ଚାର୍ଜ ହୋଇଯାଏ ତେବେ ଟ୍ରକ ପୁଣି ବିଦ୍ୟୁତ୍‌ରେ ଚାଲିବ। ଯଦି ସବୁ ଠିକ୍‌ ଠାକ୍‌ ରହେ ତେବେ ଖୁବ୍‌ଶୀଘ୍ର ଏହି ସହର ମଧ୍ୟରେ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌ ଯାତାୟତ କରିବ। ଗୋଟିଏ ସହରରୁ ଅନ୍ୟ ସହରରୁ ଜିନିଷପତ୍ର ନେବା ଆଣିବାରେ ଯେତିକି ଟଙ୍କା ଖର୍ଚ୍ଚ ହେଉଥିବ ତାହା କମିଯିବ। ଯେପରିକି ୧ ଲିଟର ଡିଜେଲରେ ଟ୍ରକ୍‌ଟି ଯେତିକି ବାଟ ଯାଉଥିଲା ସେତିକି ବାଟ ପାଇଁ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌ରେ ଖର୍ଚ୍ଚ ହେବ ମାତ୍ର ୧୨ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri