Posted inଜାତୀୟ

‘ଇ୨୦’ ପେଟ୍ରୋଲ ବ୍ୟବହାର କଲେ ବୀମା ବାତିଲ ହେବନାହିଁ: କେନ୍ଦ୍ର

ନୂଆଦିଲ୍ଲୀ, ୨୫ା୬ : ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବା ‘ଇ୨୦’ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବୀମା ଅବଧି ବା ବୈଧତା ବାତିଲ ହୋଇଯିବ ବୋଲି ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚା ଉପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଦେଶର ଇଥାନଲ୍‌ ମିଶ୍ରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସୁରକ୍ଷିତ, ଗ୍ରାହକ-ଅନୁକୂଳ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ୍‌ ଲାଭଦାୟକ ବୋଲି ସରକାର କହିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଇ୨୦ ଇନ୍ଧନ ବ୍ୟବହାର ଯୋଗୁ ଗାଡ଼ି ବୀମା ଅବୈଧ ହେବା ନେଇ କରାଯାଉଥିବା ଦାବି ସମ୍ପୂର୍ଣ୍ଣ ଭୁଲ୍‌। ସମ୍ପୃକ୍ତ ସମସ୍ତ ପକ୍ଷ ଏବଂ ବୀମା କମ୍ପାନୀଗୁଡ଼ିକ ସହ ଆଲୋଚନା ପରେ ଏହି ଭ୍ରମାତ୍ମକ ତଥ୍ୟର ପର୍ଦ୍ଦାଫାଶ କରାଯାଇଛି। ମନ୍ତ୍ରଣାଳୟ ଅନୁଯାୟୀ, ପେଟ୍ରୋଲ୍‌ରେ ଇଥାନଲ ମିଶ୍ରଣ ଏକ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ପଦ୍ଧତି। ଆମେରିକା, ବ୍ରାଜିଲ ଏବଂ ଜାପାନ ଭଳି ଅନେକ ବିକଶିତ ଦେଶରେ ଏହା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ତେଣୁ ଭାରତୀୟ ଗ୍ରାହକ ଏହାକୁ ନେଇ ଆଦୌ ଆଶଙ୍କା ପ୍ରକାଶ କରିବା ଉଚିତ ନୁହେଁ।
ସରକାରୀ ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଦେଶର ଆର୍ଥିକ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ଭାରତ ବର୍ତ୍ତମାନ ସୁଦ୍ଧା ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସଫଳ ହୋଇଛି। ଇଥାନଲ୍‌ ପ୍ରସ୍ତୁତି ପାଇଁ ଆବଶ୍ୟକ କୃଷିଜାତ କଞ୍ଚାମାଲର ଚାହିଦା ବଢୁଥିବାରୁ ଏହା ସିଧାସଳଖ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ଏବଂ ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବାରେ ସହାୟକ ହେଉଛି। ଭାରତର ଶକ୍ତି ସୁରକ୍ଷାକୁ ବୃଦ୍ଧି କରିବା, କାର୍ବନ ନିର୍ଗମନ କମାଇବା ଏବଂ ସ୍ବଚ୍ଛ ପରିବେଶ ଆଡ଼କୁ ଅଗ୍ରସର ହେବାରେ ଇଥାନଲ୍‌ ମିଶ୍ରଣର ସବୁଠାରୁ ବଡ଼ ଯୋଗଦାନ ରହିଛି। ବୈଜ୍ଞାନିକ ପ୍ରମାଣ ଏବଂ ଗ୍ରାହକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସରକାର ଏହି ଯୋଜନାକୁ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ବୋଲି ବିବୃତିରେ ପ୍ରକାଶ ପାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

କ୍ୟାମେରାରେ କଏଦ ହେଲା ମହାପ୍ରଳୟ! ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥାଗୁଡ଼ିକ ଅନୁଯାୟୀ,…

ମହାକାଳପଡ଼ାର ଏହି ସ୍ଥାନରେ ହେବ ଜାହାଜ କାରଖାନା, ଆରମ୍ଭ ହେଲା ସର୍ଭେ

ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri