ଇସ୍କନ ମନ୍ଦିର ନିକଟରେ ବିକଳ ଚିତ୍ର

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଇସ୍କନ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜଳବନ୍ଦୀ ପାଇଁ ସବୁଠୁ ବିକଳ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦିର ପରିସର, ଜାତୀୟ ରାଜପଥ ଓ ଓଭରବ୍ରିଜ୍‌ରେ ବହୁ ସମୟ ଧରି ପାଣି ଜମି ରହିଥିଲା। ମନ୍ଦିରକୁ ଆସିଥିବା ହଜାର ହଜାର ଭକ୍ତ ଓ ରାସ୍ତାରେ ଯାଉଥିବା ଲୋକେ ପାଣିରେ ଫସିଯାଇଥିଲେ। ହଠାତ୍‌ ପାଣି ଏପରି ମାଡ଼ି ଯିବାରୁ ଲୋକଙ୍କ ଚପଲ ଓ ଉଠା ଦୋକାନ ଭାସି ଯାଇଥିଲା। ବର୍ଷା ଛାଡ଼ିବା ପରେ ଲୋକେ ଅଣ୍ଟାଏ ଓ ଛାତିଏ ପାଣିରେ ପଶି ନିଜ ସାମଗ୍ରୀ ଖୋଜୁଥିବା ଦୃଶ୍ୟ ଅତ୍ୟନ୍ତ ସ୍ପର୍ଶକାତର ଥିଲା। ସାଇଫନରେ ଆବର୍ଜନା ଜମିଥିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବାବେଳେ ଏନ୍‌ଏଚ୍‌ଏଆଇ ପ୍ରୋଜେକ୍ଟ ଡ଼ାଇରେକ୍ଟର ଦେବପ୍ରସାଦ ସାହୁ କିଛି କହିବାକୁ ମନା କରିଥିଲେ।