ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌;ଚାଇନାକୁ ଟକ୍କରଦେବାର ଯୋଜନା

ନୂଆଦିଲ୍ଲୀ,୧୬-୭: ଦେଶକୁ ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌ ଭାବେ ତିଆରି କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ପକ୍ଷରୁ ଆପଲ୍‌, ସାମସଙ୍ଗ, ସିସ୍କୋ, ସିମେନ୍ସ, ଫକ୍ସଓ୍ବାଗନ, ଇଣ୍ଟେଲ ଓ ବଶ୍‌ ଭଳି ବିଶ୍ୱସ୍ତରର କମ୍ପାନୀ ମୁଖ୍ୟମାନଙ୍କ ସହ ଆଲୋଚନା କରାଯାଇଛି। ଭାରତକୁ ଉତ୍ପାଦନ ବେସ୍‌ ତିଆରି କରିବା ଲାଗି କମ୍ପାନୀଗୁଡ଼ିକୁ କେଉଁଭଳି ସୁବିଧା ଦେବାର ଆବଶ୍ୟକତା ରହିଛି ଜଣାଇବାକୁ ସେମାନଙ୍କୁ କୁହାଯାଇଛି। ଏହାଦ୍ୱାରା ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ କ୍ଷେତ୍ରରେ ଚାଇନାକୁ ଭାରତ କଡା ଟକ୍କର ଦେଇ ପାରିବ। ଏଥିସହ ଦେଶରେ ଅଧିକ ବିଦେଶୀ ନିବେଶ ମଧ୍ୟ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ପିଏମ୍‌ଓକୁ ରିପୋର୍ଟ ଦେବ କମିଟି
ନିକଟରେ ଏହି କମିଟିର ସଦସ୍ୟମାନେ ଆମେରିକା, ୟୁରୋପ, ତାଇଓ୍ବାନ ଓ ଦକ୍ଷିଣ କୋରିଆର ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା। ଏହି କମ୍ପାନୀଗୁଡ଼ିକୁ ଯଥାଶୀଘ୍ର ଭାରତ ଆଣିବା ଲାଗି ନୀତିରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରସ୍ତାବ ଦିଆଯାଇ କମିଟି ପକ୍ଷରୁ ଏକ ରିପୋର୍ଟ ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। କମିଟି ମତରେ ଇଲେକ୍ଟ୍ରୋନିକ୍ସ ଏକ୍ସପୋର୍ଟ ବୃଦ୍ଧି କରିବାକୁ ହେଲେ ସ୍ମାର୍ଟଫୋନ୍‌ ଉତ୍ପାଦନ ଉପରେ ଜୋର୍‌ ଦେବାକୁ ହେବ। ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଏହାର ଫାଇଦା ଉଠାଇ ଆମେରିକାର କମ୍ପାନୀଗୁଡ଼ିକୁ ଭାରତରେ କାରଖାନା ପ୍ରତିଷ୍ଠା କରିବାକୁ ପ୍ରବର୍ତ୍ତାଇବା ଲାଗି ଭାରତ ଉଦ୍ୟମ ଆରମ୍ଭ କରିଥିଲା। ଏଦିଗରେ ପିଏମ୍‌ଓ ସକ୍ରିୟ ହୋଇଛି। ଏଥିପାଇଁ ନୀତି ଆୟୋଗ ସହାୟତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଆମଦାନୀ ହେଉଛି ଅଧିକ ଇଲେକ୍ଟ୍ରୋନିକ ସାମଗ୍ରୀ
ଅଶୋଧିତ ତେଲକୁ ଛାଡ଼ି ଦେଲେ ସ୍ମାର୍ଟଫୋନ ସହିତ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀର ଆମଦାନୀ ଯୋଗୁ ଦେଶକୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡୁଛି। ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ନିଜକୁ ଏକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଦେଶ ଭାବେ ଗଢ଼ିତୋଳିବାର ସୁଯୋଗ ପାଇଛି। ଭିଏତନାମ ଭଳି ଦେଶ ସହିତ ଭାରତକୁ ତୁଳନୀୟ ହେବାକୁ ହେଲେ ଯଥାଶୀଘ୍ର ଏକ ଉନ୍ନତ ରପ୍ତାନି ନୀତି ଘୋଷଣା କରିବାକୁ ହେବ। ଭିଏତନାମ ବିଭିନ୍ନ ପ୍ରକାର ଛାଡ଼ ମାଧ୍ୟମରେ ଦକ୍ଷିଣ କୋରିଆର ସାମସଙ୍ଗ ଭଳି କମ୍ପାନୀର ମାନୁଫାକ୍‌ଚରିଂ ପ୍ଲାଣ୍ଟ ନିଜ ଦେଶରେ ବସାଇବାରେ ସକ୍ଷମ ହୋଇଛି।
ଭିଏତନାମ ଯୋଗୁ ସ୍ଥାନୀୟ ଉତ୍ପାଦନ ପ୍ରଭାବିତ
ଭିଏତନାମରୁ ଶସ୍ତାରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ହେଉଥିବାରୁ ସ୍ଥାନୀୟ ଉତ୍ପାଦକଙ୍କୁ ଭାରି କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି। ଆସିଆନ ଦେଶ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି କାରଣରୁ ଭିଏତନାମରୁ ଶସ୍ତା ଦରରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭାରତକୁ ଆସୁଛି। ୨୦୨୫ ସୁଦ୍ଧା ବିଶ୍ୱରେ ସ୍ମାର୍ଟଫୋନର ମୋଟ ବଜାର ଆକାର ୬୪୮ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଅନୁମାନ କରାଯାଉଛି। ଏଥିରୁ ପ୍ରାୟ ୩୭୦ ବିଲିୟନ ଡଲାର ରପ୍ତାନି ହେବ। ଏହି ବଜାରରେ ଶୀର୍ଷ ୩ କମ୍ପାନୀ ହେଲେ ଆପଲ୍‌, ସାମସଙ୍ଗ ଓ ହୁଆଇ।
ବୈଠକରେ ବାଦ୍‌ ପଡିଲେ ଚାଇନା କମ୍ପାନୀ
ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଭାରତରେ ଅଧାରୁ ଅଧିକ ସ୍ମାର୍ଟଫୋନ ବଜାରକୁ କବ୍ଜା କରିଥିବା ସାଓମୀ, ଓପୋ, ଭିଭୋ ଓ ହୁଆଇ ଭଳି ଚାଇନା କମ୍ପାନୀଗୁଡ଼ିକୁ କମିଟିର ବୈଠକରେ ସାମିଲ କରାଯାଇ ନ ଥିଲା। ଭାରତକୁ ଚାଇନା ନିଜର ଏକ ରପ୍ତାନି ବଜାର ଭାବେ ଗ୍ରହଣ କରୁଥିବାରୁ ସେଠାକାର କମ୍ପାନୀଗୁଡ଼ିକ ଦେଶରେ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ନାହିଁ ବୋଲି ମନେ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri