ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌;ଚାଇନାକୁ ଟକ୍କରଦେବାର ଯୋଜନା

ନୂଆଦିଲ୍ଲୀ,୧୬-୭: ଦେଶକୁ ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌ ଭାବେ ତିଆରି କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ପକ୍ଷରୁ ଆପଲ୍‌, ସାମସଙ୍ଗ, ସିସ୍କୋ, ସିମେନ୍ସ, ଫକ୍ସଓ୍ବାଗନ, ଇଣ୍ଟେଲ ଓ ବଶ୍‌ ଭଳି ବିଶ୍ୱସ୍ତରର କମ୍ପାନୀ ମୁଖ୍ୟମାନଙ୍କ ସହ ଆଲୋଚନା କରାଯାଇଛି। ଭାରତକୁ ଉତ୍ପାଦନ ବେସ୍‌ ତିଆରି କରିବା ଲାଗି କମ୍ପାନୀଗୁଡ଼ିକୁ କେଉଁଭଳି ସୁବିଧା ଦେବାର ଆବଶ୍ୟକତା ରହିଛି ଜଣାଇବାକୁ ସେମାନଙ୍କୁ କୁହାଯାଇଛି। ଏହାଦ୍ୱାରା ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ କ୍ଷେତ୍ରରେ ଚାଇନାକୁ ଭାରତ କଡା ଟକ୍କର ଦେଇ ପାରିବ। ଏଥିସହ ଦେଶରେ ଅଧିକ ବିଦେଶୀ ନିବେଶ ମଧ୍ୟ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ପିଏମ୍‌ଓକୁ ରିପୋର୍ଟ ଦେବ କମିଟି
ନିକଟରେ ଏହି କମିଟିର ସଦସ୍ୟମାନେ ଆମେରିକା, ୟୁରୋପ, ତାଇଓ୍ବାନ ଓ ଦକ୍ଷିଣ କୋରିଆର ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା। ଏହି କମ୍ପାନୀଗୁଡ଼ିକୁ ଯଥାଶୀଘ୍ର ଭାରତ ଆଣିବା ଲାଗି ନୀତିରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରସ୍ତାବ ଦିଆଯାଇ କମିଟି ପକ୍ଷରୁ ଏକ ରିପୋର୍ଟ ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। କମିଟି ମତରେ ଇଲେକ୍ଟ୍ରୋନିକ୍ସ ଏକ୍ସପୋର୍ଟ ବୃଦ୍ଧି କରିବାକୁ ହେଲେ ସ୍ମାର୍ଟଫୋନ୍‌ ଉତ୍ପାଦନ ଉପରେ ଜୋର୍‌ ଦେବାକୁ ହେବ। ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଏହାର ଫାଇଦା ଉଠାଇ ଆମେରିକାର କମ୍ପାନୀଗୁଡ଼ିକୁ ଭାରତରେ କାରଖାନା ପ୍ରତିଷ୍ଠା କରିବାକୁ ପ୍ରବର୍ତ୍ତାଇବା ଲାଗି ଭାରତ ଉଦ୍ୟମ ଆରମ୍ଭ କରିଥିଲା। ଏଦିଗରେ ପିଏମ୍‌ଓ ସକ୍ରିୟ ହୋଇଛି। ଏଥିପାଇଁ ନୀତି ଆୟୋଗ ସହାୟତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଆମଦାନୀ ହେଉଛି ଅଧିକ ଇଲେକ୍ଟ୍ରୋନିକ ସାମଗ୍ରୀ
ଅଶୋଧିତ ତେଲକୁ ଛାଡ଼ି ଦେଲେ ସ୍ମାର୍ଟଫୋନ ସହିତ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀର ଆମଦାନୀ ଯୋଗୁ ଦେଶକୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡୁଛି। ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ନିଜକୁ ଏକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଦେଶ ଭାବେ ଗଢ଼ିତୋଳିବାର ସୁଯୋଗ ପାଇଛି। ଭିଏତନାମ ଭଳି ଦେଶ ସହିତ ଭାରତକୁ ତୁଳନୀୟ ହେବାକୁ ହେଲେ ଯଥାଶୀଘ୍ର ଏକ ଉନ୍ନତ ରପ୍ତାନି ନୀତି ଘୋଷଣା କରିବାକୁ ହେବ। ଭିଏତନାମ ବିଭିନ୍ନ ପ୍ରକାର ଛାଡ଼ ମାଧ୍ୟମରେ ଦକ୍ଷିଣ କୋରିଆର ସାମସଙ୍ଗ ଭଳି କମ୍ପାନୀର ମାନୁଫାକ୍‌ଚରିଂ ପ୍ଲାଣ୍ଟ ନିଜ ଦେଶରେ ବସାଇବାରେ ସକ୍ଷମ ହୋଇଛି।
ଭିଏତନାମ ଯୋଗୁ ସ୍ଥାନୀୟ ଉତ୍ପାଦନ ପ୍ରଭାବିତ
ଭିଏତନାମରୁ ଶସ୍ତାରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ହେଉଥିବାରୁ ସ୍ଥାନୀୟ ଉତ୍ପାଦକଙ୍କୁ ଭାରି କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି। ଆସିଆନ ଦେଶ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି କାରଣରୁ ଭିଏତନାମରୁ ଶସ୍ତା ଦରରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭାରତକୁ ଆସୁଛି। ୨୦୨୫ ସୁଦ୍ଧା ବିଶ୍ୱରେ ସ୍ମାର୍ଟଫୋନର ମୋଟ ବଜାର ଆକାର ୬୪୮ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଅନୁମାନ କରାଯାଉଛି। ଏଥିରୁ ପ୍ରାୟ ୩୭୦ ବିଲିୟନ ଡଲାର ରପ୍ତାନି ହେବ। ଏହି ବଜାରରେ ଶୀର୍ଷ ୩ କମ୍ପାନୀ ହେଲେ ଆପଲ୍‌, ସାମସଙ୍ଗ ଓ ହୁଆଇ।
ବୈଠକରେ ବାଦ୍‌ ପଡିଲେ ଚାଇନା କମ୍ପାନୀ
ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଭାରତରେ ଅଧାରୁ ଅଧିକ ସ୍ମାର୍ଟଫୋନ ବଜାରକୁ କବ୍ଜା କରିଥିବା ସାଓମୀ, ଓପୋ, ଭିଭୋ ଓ ହୁଆଇ ଭଳି ଚାଇନା କମ୍ପାନୀଗୁଡ଼ିକୁ କମିଟିର ବୈଠକରେ ସାମିଲ କରାଯାଇ ନ ଥିଲା। ଭାରତକୁ ଚାଇନା ନିଜର ଏକ ରପ୍ତାନି ବଜାର ଭାବେ ଗ୍ରହଣ କରୁଥିବାରୁ ସେଠାକାର କମ୍ପାନୀଗୁଡ଼ିକ ଦେଶରେ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ନାହିଁ ବୋଲି ମନେ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri