Posted inଖେଳ

ଇର୍ଫାନ ପଠାନଙ୍କ ଅବସର

ନୂଆଦିଲ୍ଲୀ,୪।୧- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ବାମହାତୀ ପେସର ଭାରତ ପାଇଁ ୧୯ ଟେଷ୍ଟ, ୧୨୦ ଦିନିକିଆ ଓ ୨୪ ଟି୨୦ ଖେଳି ୩୦୧ ଉଇକେଟ ନେଇଥିଲେ। ୧୯ ବର୍ଷ ବୟସରେ ୨୦୦୩ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ସେ ୧୬୦ ରନ୍‌ ଦେଇ ଏକ ଉଇକେଟ ହାତେଇଥିଲେ। ମାଥ୍ୟୁ ହେଡେନ ତାଙ୍କ ପ୍ରଥମ ଶିକାର ଥିଲେ। କିଛି ଦିନ ମଧ୍ୟରେ ସେ ଜାତୀୟ ଦଳର ନିୟମିତ ଖେଳାଳି ପାଲଟି ଯାଇଥିଲେ। ୨୦୦୬ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଓଭରରେ ହ୍ୟାଟ୍ରିକ ନେବା ଓ ୨୦୦୭ ଟି୨୦ ବିଶ୍ୱକପ୍‌ ଫାଇନାଲରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇବା ଥିଲା ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ସଫଳତା। ସେ ଦେଶର ଅନ୍ୟତମ ଅଲରାଉଣ୍ଡର ମଧ୍ୟ ଥିଲେ। ସେ ବହୁବାର ଓପନର ଓ ୩ ନମ୍ବରରେ ବ୍ୟାଟିଂ କରିଥିଲେ। ୨୯ ଟେଷ୍ଟର ୪୦ ଇନିଂସରେ ୩୧.୫୭ ଆଭରେଜରେ ଏକ ଶତକ ଓ ୬ ଅର୍ଦ୍ଧଶତକ ସହ ୧,୧୦୫ ରନ୍‌ କରିଥିଲେ। ଦିନିକିଆ ଓ ଟି୨୦ରେ ତାଙ୍କ ଆଭରେଜ ଥିଲା ଯଥାକ୍ରମେ ୨୩.୩୯ ଓ ୨୪.୫୭। ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ସେ ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ଗତି ଓ ସୁଇଙ୍ଗ ହ୍ରାସ ପାଇବା ପରେ ଜାତୀୟ ଦଳରେ ତାଙ୍କ ଲାଗି ସ୍ଥାନ ହାତେଇବା କଷ୍ଟକର ହୋଇପଡ଼ିଥିଲା। ୨୦୦୮ରେ ଅନ୍ତିମ ଟେଷ୍ଟ ଖେଳିଥିବାବେଳେ କ୍ୟାରୟରର ଅନ୍ତିମ ଦିନିକିଆ ଓ ଟି୨୦ ୨୦୧୨ରେ ଖେଳିଥିଲେ। ଏହାପରେ ସେ ଘରୋଇ କ୍ରିକେଟରେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସେ ୩୮୪ ପ୍ରଥମ ଶ୍ରେଣୀ ଉଇକେଟ, ୨୭୨ ଲିଷ୍ଟ ଏ ଉଇକେଟ ଓ ଟି୨୦ରେ ୧୭୩ ଇକେଟ ସହ କ୍ୟାରିୟର ଶେଷ କରିଛନ୍ତି। କ୍ୟାରିୟରରେ ପ୍ରାୟତଃ ବରୋଦା ପାଇଁ ଖେଳିଥିବା ଇର୍ଫାନ ଗତ ସିଜନରେ ଜମ୍ମୁ-କଶ୍ମୀର ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୩୫ ବର୍ଷୀୟ ଅଲରାଉଣ୍ଡର ୨୦୧୭ରେ ଅନ୍ତିମ ଆଇପିଏଲ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri