Categories: ଜାତୀୟ

ଇମ୍ଫାଲ୍‌ରେ ଆଇଇଡି ବିସ୍ଫୋରଣ: ଆତଙ୍କବାଦୀ ସଂଗଠନ ହାତ ଥିବା ସନ୍ଦେହ

ଇମ୍ଫାଲ୍‌,୫।୧୧: ମଣିପୁର ଇମ୍ଫାଲ୍‌ରେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଥଙ୍ଗଲ ବଜାରରେ ଏହି ବିସ୍ଫୋରଣ ହୋଇଛି। ପୋଲିସ୍‌ଙ୍କୁ ଟାର୍ଗେଟ୍‌ କରି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ଏହାର ତଦନ୍ତ ଜାରି ରହିଛି। ସମଗ୍ର ଅଞ୍ଚଳକୁ ପୋଲିସ ଘେରି ରହିଛନ୍ତି। ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ଉଗ୍ରବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ଲଗାତାର ସର୍ଚ୍ଚ ଅପରେଶନ ଯୋଗୁ ସେମାନଙ୍କର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି।

Share