ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ: ମାଷ୍ଟରମାଇଣ୍ଡ ଗିରଫ, ଜଣେ ଫେରାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଜଣେ ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ କରି ସାଢେ ୩ଲକ୍ଷ ନେବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ରବିବାର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଖାରବେଳ ନଗର ବ୍ଲକ-ଡି ଶିଳ୍ପାଞ୍ଚଳରେ ରହୁଥିବା ଅକ୍ଷୟ କୁମାର ମହାରଣା। ଏ ନେଇ ପୋଲିସ କେସ୍‌ ନଂ-୫୮୨/୧୯ରେ ରୁଜୁ କରିଛି। ଅକ୍ଷୟଙ୍କ ସହଯୋଗୀ ଫେରାର ଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ତମାଣ୍ଡୋ ଟ୍ରାଇଟେଣ୍ଟ ଗ୍ୟାଲେକ୍ସିରେ ରହୁଥିବା ଜିମୁତୋଷ ଶର୍ମା ଏକ ଇଭେଣ୍ଟ ସଂସ୍ଥାର ମ୍ୟାନେଜର ଭାବେ କାମ କରୁଥିଲେ। ଏପରିକି ଇଭେଣ୍ଟରେ ବ୍ୟବହାର ହେଉଥିବା ଲାଇଟ୍‌, ଡିଜେ ଏବଂ ଅନ୍ୟାନ କାମ ପ୍ରୋଗ୍ରାମର ଭାବେ ଅକ୍ଷୟ ବୁଝନ୍ତି। ଜିମୁତୋଷଙ୍କଠାରୁ ଅକ୍ଷୟ କିଛି ଟଙ୍କା ପାଇବାର ଥିବାରୁ ମାଗିଥିଲେ ମଧ୍ୟ ସେ ଦେଇ ନ ଥିଲେ। ଗତ ୧୦ ତାରିଖ ରାତିରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଷ୍ଟାର ହୋଟେଲ ନିକଟରେ ଥିବା ପଡିଆରେ ଇଭେଣ୍ଟ କରାଯାଉଥିଲା। ଅକ୍ଷୟ ତା’ର ସାଙ୍ଗଙ୍କ ସହ ସେଠାକୁ ଯାଇ ଜିମୁତୋଷଙ୍କୁ ମାଡ଼ ମାରି ବାଇକରେ ଅପହରଣ କରି ଶହୀଦନଗର ଥାନା ଏକ ହୋଟେଲ ନିକଟକୁ ଆଣି ଏକ ଘରେ ରଖିଥିଲେ। ସେଠାରେ ତାଙ୍କୁ ମାଡ ମାରିବା ସହ ସାଢ଼େ ୩ଲକ୍ଷ ଟଙ୍କା ମୁଣ୍ଡଜାମିନ ରଖିଥିଲେ। ରାତି ହେବାରୁ ବାଧ୍ୟ ହୋଇ ଜିମୁତୋଷ ତାଙ୍କର ଜଣେ ସାଙ୍ଗକୁ ଫୋନ୍‌ କରି ଟଙ୍କା ଆଣିବାକୁ କହିଥିଲେ। ଟଙ୍କା ଆଣିବା ପରେ ଅକ୍ଷୟ ଓ ତାର ସହଯୋଗୀଙ୍କୁ ଅକ୍ଷୟ ଛାଡିଥିଲେ। ଏ ନେଇ ଜିମୁତୋଷ ୧୧ତାରିଖରେ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ଅକ୍ଷୟଙ୍କୁ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri