ଇନ୍ଧନ ଦର ବୃଦ୍ଧି ଅବ୍ୟାହତ

ନୂଆଦିଲ୍ଲୀ,୧୫।୬: ଗତ ୮ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁ ନାହିଁ। ରବିବାର ପେଟ୍ରୋଲ ଲିଟର ପିଛା ୬୨ ପଇସା ଏବଂ ଡିଜେଲ ଲିଟର ପିଛା ୬୪ ପଇସା ବଢିଛି। ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଇନ୍ଧନ ଦର ବୃଦ୍ଧି ଘଟିବା ଯୋଗୁ ପେଟ୍ରୋଲ ଦର ୪.୫୨ ଟଙ୍କା ଏବଂ ୪.୬୪ ଟଙ୍କା ମହଙ୍ଗା ହୋଇଛି। ଏହା ପୂର୍ବରୁ ଦୀର୍ଘ ୮୨ ଦିନ ଧରି ତେଲ କମ୍ପାନୀଗୁଡିକ ଇନ୍ଧନ ଦରରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୫.୧୬ ଟଙ୍କାରୁ ୭୫.୭୮ ଟଙ୍କାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲର ଲିଟର ପିଛା ଦର ୭୩.୩୯ ଟଙ୍କାରୁ ୭୪.୦୩ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ତେଲ କମ୍ପାନୀଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ଥାନୀୟ ସେଲ୍‌ସ ଟିକସ ଏବଂ ଭ୍ୟାଟ୍‌ ଆଧାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଇନ୍ଧନ ଦରରେ ଭିନ୍ନତା ଦେଖାଯାଇଛି। ୨୦୧୭ ଜୁନରେ ତେଲ କମ୍ପାନୀଗୁଡିକ ଦୈନିକ ଭିତ୍ତିରେ ଇନ୍ଧନ ଦର ପରିବର୍ତ୍ତନ ନିୟମ ଆରମ୍ଭ କରିଥିଲେ। ପେଟ୍ରୋଲ ଉପରେ ୬୨ ପଇସା ଏବଂ ଡିଜେଲ ଉପରେ ୬୪ ପଇସା ବୃଦ୍ଧି ନୂଆ ନିୟମ ଲାଗୁ ହେବା ପରଠାରୁ ସର୍ବାଧିକ। ଅର୍ଥାତ ବର୍ତ୍ତମାନ ଯାଏ ଏକାଥରକେ ଏଭଳି ବୃଦ୍ଧି କେବେ ହୋଇ ନ ଥିଲା। ବର୍ତ୍ତମାନ ଜୁନ ୭ ପରଠାରୁ ତେଲ କମ୍ପାନୀଗୁଡିକ ଲଗାତର ଦର ବୃଦ୍ଧି କରି ଚାଲିଛନ୍ତି। ସେହିଭଳି ଗତ ଆଠ ଦିନ ମଧ୍ୟରେ ପେଟ୍ରୋଲ ଉପରେ ୪.୫୨ ଟଙ୍କା ଏବଂ ଡିଜେଲ ଉପରେ ୪.୬୪ ଟଙ୍କାର ଦର ବୃଦ୍ଧି ମଧ୍ୟ ରେକର୍ଡ ସ୍ତରର ବୃଦ୍ଧି।

କାହିଁକି ବଢୁଛି ଦର
ସରକାର ଅତିରିକ୍ତ ରାଜସ୍ବ ସଂଗ୍ରହ ଲାଗି ଇନ୍ଧନ ଉପରେ ଅତିରିକ୍ତ ଉତ୍ପାଦ ଟିକସ ବଢାଇଥିଲେ। ଅନ୍ତର୍ଜାତୀୟ ବଜାରରେ ତେଲ ଦର ନିମ୍ନରେ ରହିଥିବାରୁ ଟିକସ ବଢିଲେ ମଧ୍ୟ କମ୍ପାନୀଗୁଡିକ ରିଟେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ନ କରି ନିଜ ଉପରେ ପଡୁଥିବା ପ୍ରଭାବକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ। ଏହା ପରେ ରାଜ୍ୟଗୁଡିକ ଭ୍ୟାଟ୍‌ ବଢାଇଲେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ବର୍ଦ୍ଧିତ ଟିକସ ଯୋଗୁ ଇନ୍ଧନ ଦର ଲଗାତର ବଢୁଛି। ସରକାର ମାର୍ଚ୍ଚ ୧୪ରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ୩ ଟଙ୍କା ଲେଖାଏ ଉତ୍ପାଦ ଟିକସ ଲାଗୁ କରିଥିଲେ। ଏହା ପରେ ମେ ମାସ ୫ରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୦ ଓ ୧୩ ଟଙ୍କା ମୂଲ୍ୟ ଉତ୍ପାଦ ଟିକସ ଲାଗୁ କରିଛନ୍ତି। ଏଭଳି ଟିକସ ବୃଦ୍ଧି ଦ୍ୱାରା ସରକାର ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲାଗି ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୩୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୩ ଟଙ୍କାର ଉତ୍ପାଦ ଟିକସ ଲାଗୁଛି। ୨୦୧୪ରେ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ପେଟ୍ରୋଲ ଉପରେ ଉତ୍ପାଦ ଟିକସ ୯.୪୮ ଟଙ୍କା ଏବଂ ଡିଜେଲ ଉପରେ ୩.୫୬ ଟଙ୍କା ରହିଥିଲା। ନଭେମ୍ବର ୨୦୧୪ରୁ ଜାନୁୟାରୀ ୨୦୧୬ ମଧ୍ୟରେ ସରକାର ୯ ଥର ଉତ୍ପାଦ ଟିକସ ବଢାଇଛନ୍ତି। ସେହି ୧୫ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୧.୭୭ ଟଙ୍କା ଓ ୧୩.୪୭ ଟଙ୍କା ଉତ୍ପାଦ ଟିକସ ବଢାଯିବା ଯୋଗୁ ସରକାର ବୃହତ୍‌ ପରିମାଣର ରାଜସ୍ବ ଆଦାୟ କରିଛନ୍ତି। ଏହି ବାବଦକୁ ୨୦୧୪-୧୫ରେ ରାଜସ୍ବ ୯୯ ହଜାର କୋଟି ଟଙ୍କା ଥିବା ବେଳେ ଏହା ୨୦୧୬-୧୭ରେ ୨.୪୨ ଲକ୍ଷ କୋଟି ଟଙ୍କାକୁ ବଢିଯାଇଥିଲା। ୨୦୧୭ରେ ସରକାର ୨ ଟଙ୍କାର ଉତ୍ପାଦ ଟିକସ କମାଇଥିଲେ। ଗୋଟିଏ ବର୍ଷ ପରେ ଏଥିରେ ୧.୫୦ ଟଙ୍କା ହ୍ରାସ ହୋଇଥିଲା। ୨୦୧୯ ଜୁଲାଇରେ ପୁଣି ଥରେ ୨ ଟଙ୍କା ଉତ୍ପାଦ ଟିକସ ବଢାଯାଇଥିଲା। ଚଳିତବର୍ଷ ମାର୍ଚ୍ଚରେ ପୁଣି ଏଥିରେ ୩ ଟଙ୍କା ବୃଦ୍ଧି ଘଟିଥିଲା। ଅର୍ଥାତ ସରକାର ବାରମ୍ବାର ଟିକସ ବଢାଇବା ଯୋଗୁ ଇନ୍ଧନ ଦର ହ୍ରାସ ହେଉ ନ ଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri