ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି ଆମ ସମସ୍ତଙ୍କ ମାନସିକସ୍ତରରେ ଏହି ପ୍ରାଣୀଙ୍କୁ ନେଇ ନକାରାତ୍ମକ ଭାବନା ପୂରାଇ ଦିଆଯାଇଛି। ହେଲେ ଏହା ବି ସତ ଯେ, ଗଧଙ୍କ ପାଇଁ ମାଲାମାଲ ହେଉଛି ପଡ଼ୋଶୀ ଚାଇନା। ଚାଇନାର ପାରମ୍ପରିକ ଔଷଧ ଉଦ୍ୟୋଗରେ ଗଧଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ସର୍ବାଧିକ ବ୍ୟବହାର କରାଯାଏ। ଏହି ଧାରା ଜାରି ରହିଲେ ମାତ୍ର କେଇ ବର୍ଷ ଭିତରେ ଗଧ ଇତିହାସ ପାଲଟିଯିବେ ବୋଲି ଆଶଙ୍କା ବ୍ୟକ୍ତ କଲେଣି ପ୍ରାଣୀପ୍ରେମୀ।
ସାରା ଦୁନିଆରେ ଗଧଙ୍କ ସଂଖ୍ୟା ୪.୪ କୋଟି। ହେଲେ ଆଗାମୀ ୫ବର୍ଷ ଭିତରେ ଏହି ସଂଖ୍ୟା ଅଧା ହୋଇଯିବ। ଅନ୍ତର୍ଜାତୀୟସ୍ତରରେ ପ୍ରାଣୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଚାରିଟି ସଂସ୍ଥା ‘ଡଙ୍କି ସୋଂକ୍‌ଚୁଆରୀ’ ପକ୍ଷରୁ ଏପରି ଆଶଙ୍କା ବ୍ୟକ୍ତ କରାଯାଇଛି। ସଂସ୍ଥା ପକ୍ଷରୁ ପ୍ରଦତ୍ତ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚାଇନାର ପରମ୍ପରାଗତ ଔଷଧ ଶିଳ୍ପ ଗଧଙ୍କ ବିନା ଅସମ୍ଭବ। ଏଥିଲାଗି ବାର୍ଷିକ ୪୮ ଲକ୍ଷରୁ ଊର୍ଦ୍ଧ୍ୱ ଗଧଙ୍କ ଆବଶ୍ୟକତା ପଡୁଛି। ଏହି କାରଣରୁ ୩ ଦଶନ୍ଧି ମଧ୍ୟରେ ଚାଇନାରେ ଏହି ପ୍ରାଣୀଙ୍କ ସଂଖ୍ୟା ତିନିଚତୁର୍ଥାଂଶକୁ କମିଆସିଲାଣି। ତେଣୁ ସାରା ଦୁନିଆର ଗଧଙ୍କ ଉପରେ ଏବେ ପଡ଼ିଛି ଡ୍ରାଗନ ଆଖି। କେବଳ ଚାଇନା ନୁହେଁ, କେନିଆ, ଘାନା ଭଳି ଦେଶରେ ଏକଦା ବ୍ୟାପକ ପରିମାଣରେ ଗଧ ଦେଖାଯାଉଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଲାଣି।
ଲମ୍ବା ସମୟ ଧରି ଗଧମାନଙ୍କୁ ଅତି ଦୟନୀୟ ଭାବେ ଚାଲାଣ କରାଯାଉଛି। ବିନା ଖାଦ୍ୟ, ପାନୀୟରେ ଦୀର୍ଘଯାତ୍ରା ମଧ୍ୟରେ ସେମାନଙ୍କ ମଧ୍ୟରୁ ୨୦% ରାସ୍ତାରେ ହିଁ ମରିଯାଇଥାନ୍ତି। ଅଧିକାଂଶ ଖୁରାରେ ଗଭୀର ଆଘାତ ପାଇ ଯନ୍ତ୍ରଣାରେ କଲବଲ ହୋଇଥାନ୍ତି। ତଥାପି ସେମାନଙ୍କୁ ନିସ୍ତାର ମିଳେନାହିଁ। ଔଷଧ ପାଇଁ
ସେମାନଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଏ। ସଂସ୍ଥା ପକ୍ଷରୁ କୁହାଯାଇଛି, ଗଧକୁ ସବୁବେଳେ ଉପହାସ କରାଯାଉଛି। ହେଲେ କେତେକ ଦେଶ ଏପରି ପ୍ରାଣୀକୁ ହତ୍ୟାକରି ଭରପୂର ଲାଭ ଉଠାଉଛନ୍ତି। ଗଧ ସଂଖ୍ୟାରେ ଅଭିବୃଦ୍ଧି ଏବେ ଜରୁରୀ ହୋଇପଡ଼ିଛି। ହେଲେ ଏହାକୁ ଭରଣା କରିବାକୁ ହାରାହାରି ୨୦ବର୍ଷ ଲାଗିଯିବ। ଗଧଙ୍କ ପ୍ରଜନନ ଚକ୍ର ଅତି ମନ୍ଥର। ମାଈ ଗଧର ଗର୍ଭଧାରଣ କ୍ଷମତା ବର୍ଷେ। ସମୟ କ୍ରମେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ। ତେଣୁ ସେମାନଙ୍କ ସଂଖ୍ୟା ବୃଦ୍ଧି ଏବେକାର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଗଧ ବଂଶର ସୁରକ୍ଷା ପାଇଁ ୧୮ଟି ଦେଶରେ କଡ଼ା ନିୟମ ଲାଗୁ କରାଯାଇଛି। ଘାନା, ମାଲି ଭଳି ପଶ୍ଚିମ ଆଫ୍ରିକୀୟ ଦେଶରେ କଂସେଇଖାନା ବନ୍ଦ କରି ଦିଆଯାଇଛି। ତଥାପି ନିୟମ ଫାଙ୍କି ଗଧଙ୍କୁ ହତ୍ୟା କରାଯାଉଛି। ଏହା ଜାରି ରହିଲେ ଗଧଙ୍କ ଅସ୍ତିତ୍ୱ ଲୋପ ପାଇଯିବ ବୋଲି ସଂସ୍ଥା ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri