Posted inଖେଳ

ଇଣ୍ଡୋ ଇଣ୍ଟରନ୍ୟାଶନାଲ କବାଡ଼ି ଆଜିଠାରୁ: ପୁଣେ- ହରିୟାଣା ଉଦ୍‌ଘାଟନୀ ମ୍ୟାଚ୍‌

ପୁଣେ,୧୩।୫(ପି.ଟି.)- ସୋମବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋ- ଇଣ୍ଟରନ୍ୟାଶନାଲ ପ୍ରିମିୟର କବାଡ଼ି ଲିଗ୍‌। ଉଦ୍‌ଘାଟନୀ ମ୍ୟାଚ୍‌ରେ ହରିୟାଣା ହିରୋଜ ଓ ଘରୋଇ ପୁଣେ ପ୍ରାଇଡ୍‌ ମୁହାଁମୁହିଁ ହେବେ। ସ୍ଥାନୀୟ ବେଲଓ୍ବାଡି ଷ୍ଟାଡିୟମରେ ଲିଗ୍‌ର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ। ପୁଣେରେ ଲିଗ୍‌ର ଆଉ ଅଧିକ ୨୦ଟି ମ୍ୟାଚ୍‌ ଖେଳାଯିବ। ଏହାପରେ ମହୀଶୂରରେ ଲିଗ୍‌ର କିଛି ମ୍ୟାଚ୍‌ ଖେଳାଯିବ ଓ ଶେଷରେ ବେଙ୍ଗାଲୁରୁରେ ଫାଇନାଲ ଲେଗ୍‌ ଆୟୋଜନ ହେବ।

୮ଟି ଫ୍ରାଞ୍ଚାଇଜ୍‌ ଟାଇଟଲ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ। ୨୩ ଦିନ ଧରି ଚାଲିବାକୁ ଥିବା ଏହି ଲିଗ୍‌ର ମୋଟ୍‌ ପୁରସ୍କାର ରାଶି ୪ କୋଟି ଟଙ୍କା ରଖାଯାଇଛି। ଦଳର ବିଜୟ ନେଇ ପୁଣେ ଅଧିନାୟକ ଦଲବୀର ମଲିକ୍‌ ବେଶ୍‌ ଆଶାବାଦୀ ଅଛନ୍ତି। ହରିୟାଣା ହିରୋଜ ଅଧିନାୟକ ଅମିତ୍‌ ମଧ୍ୟ ସମାନ ମତପୋଷଣ କରିଛନ୍ତି। କବାଡ଼ିକୁ ନେଇ ଦ୍ୱିତୀୟ ଲିଗ୍‌ ଆୟୋଜନ ହେବା ନିଶ୍ଚିତ ଭାବେ ବଡ଼କଥା। କବାଡ଼ି ପ୍ରତିଭା ଚିହ୍ନଟ ଓ ବିକାଶ ଦିଗରେ ଏହି ଲିଗ୍‌ ବେଶ୍‌ ସହାୟକ ହେବ। ଖେଳାଳିଙ୍କୁ ନୂଆ ପ୍ଲାଟ୍‌ଫର୍ମ ମିଳିବ ଓ ସେମାନେ ନିଜ ପ୍ରତିଭାକୁ ପ୍ରମାଣ କରିବାର ସୁଯୋଗ ପାଇବେ ବୋଲି ଅମିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri