Categories: ବାଣିଜ୍ୟ

ଇଣ୍ଡିଗୋ ବିବାଦ:ନିଜ ଅଂଶଧନ ବିକିବେନି ଗଙ୍ଗଓ୍ବାଲ

ନୂଆଦିଲ୍ଲୀ,୧୭-୭: ଇଣ୍ଡିଗୋ ବିମାନ କମ୍ପାନୀର ଦୁଇ ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏପରି ସ୍ଥିତିରେ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରି ନ କରିବାକୁ ରାକେଶ ଗଙ୍ଗଓ୍ବାଲ ମଙ୍ଗଳବାର କହିଛନ୍ତି। ଗଙ୍ଗଓ୍ବାଲ କମ୍ପାନୀର କର୍ପୋରେଟ ଗଭର୍ନ୍ନାସରେ ତ୍ରୁଟି ଦର୍ଶାଇ ଏହାର ସମାଧାନ ଲାଗି ସେବିର ସହାୟତା ଲୋଡିଛନ୍ତି। ଏକ ଲମ୍ବା ଇନିଂସ ଖେଳିବା ଲାଗି ଆସିଛି, ଏଣୁ କମ୍ପାନୀର ନିଜ ଅଂଶଧନ ବିକ୍ରି କରିବା କିମ୍ବା ବଢାଇବାର ଇଚ୍ଛା ନାହିଁ ବୋଲି ସେ କହିଛନ୍ତି।

Share