Categories: ବାଣିଜ୍ୟ

ଇଣ୍ଡିଗୋ ପ୍ରମୋଟରଙ୍କ ଝଗଡା ସେବିରେ ପହଞ୍ଚିଲା

ମୁମ୍ବାଇ,୧୦-୭: ଦେଶର ସର୍ବବୃହତ୍‌ ଘରୋଇ ଏୟାରଲାଇନ ଭାବେ ପରିଚିତ ଇଣ୍ଡିଗୋ ଏୟାରଲାଇନ୍ସର ପ୍ରମୋଟରଙ୍କ ଭିତରେ ଆରମ୍ଭ ହୋଇଥିବା ଝଗଡା ଏବେ ଷ୍ଟକ୍‌ ଏକ୍ସଚେଞ୍ଜ ନିୟନ୍ତ୍ରକ ସିକ୍ୟୁରିଟିଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ନିକଟରେ ପହଞ୍ଚତ୍ଛି। କମ୍ପାନୀରେ ହୋଇଥିବା ଅନିୟମିତତାର ତଦନ୍ତ କରିବା ଲାଗି ଦାବି କରି ଅନ୍ୟତମ ପ୍ରମୋଟର ରାକେଶ ଗଙ୍ଗଓ୍ବାଲ ସେବିର ଦ୍ୱାରସ୍ଥ ହୋଇଛନ୍ତି। ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ତଥା ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍‌ ଏଭିଏଶନ ପକ୍ଷରୁ ନିୟାମକକୁ ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ, କମ୍ପାନୀରେ ଚାଲିଥିବା କେତେକ ଅନିୟମିତତା ସମ୍ପର୍କରେ ଗଙ୍ଗଓ୍ବାଲ ପ୍ରଶ୍ନ ଉଠାଇଛନ୍ତି। ତେବେ ଏ ସଂକ୍ରାନ୍ତରେ ଇଣ୍ଡିଗୋ ସିଇଓ ରନୋଜୟ ଦତ୍ତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଗଙ୍ଗଓ୍ବାଲଙ୍କ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେବି ଇଣ୍ଡିଗୋର କାର୍ଯ୍ୟ ସମ୍ପର୍କରେ ଇଣ୍ଟରଗ୍ଲୋବଠାରୁ ରିପୋର୍ଟ ମାଗିଛି। ଆସନ୍ତା ୧୯ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ସୂଚନାଥାଉ କି, ଇଣ୍ଡିଗୋର ନିୟନ୍ତ୍ରଣକୁ ନେଇ ଅନ୍ୟତମ ପ୍ରତିଷ୍ଠାତା ରାହୁଲ ଭାଟିୟାଙ୍କ ସହ ଗଙ୍ଗଓ୍ବାଲଙ୍କ ଝଗଡା ଆରମ୍ଭ ହୋଇଛି।

Share