Posted inଖେଳ

ଇଣ୍ଡିଆ ଲିଜେଣ୍ଡ୍ସର ସହଜ ବିଜୟ: ସେହ୍ବାଗ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ସେହ୍ବାଗ ମୁମ୍ବାଇ, ୮ା୩-ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତାନେଇ ‘ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହୋଇଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡ୍ସ ୭ ଉଇକେଟରେ ବ୍ରାଏନ ଲାରାଙ୍କ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ଦ୍ୱାରା ଧାର୍ଯ୍ୟ ୧୫୧ ରନର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୩ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଓପନ ବୀରେନ୍ଦ୍ର ସେହ୍ବାଗଙ୍କ ଅପରାଜିତ ୭୪ ରନ (୫୭ବଲ୍‌, ୧୧ ଚୌକା) ଯୋଗୁ ଦଳ ସହଜରେ ମ୍ୟାଚ ଜିତିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତେନ୍ଦୁଲକର ୨୯ବଲ୍‌ରେ ୭ ଚୌକା ସହ ୩୬ ରନ କରିଥିଲେ। ମହମ୍ମଦ କୈଫ୍‌ ୧୪ରନ କରିଥିବାବେଳେ ଯୁବରାଜ ସିଂ ସେହ୍ବାଗଙ୍କ ସହ ୧୦ରନ କରି ଅପରାଜିତ ରହିଥିଲେ। ତେନ୍ଦୁଲକର ସୁଲିମାନ ବେନ୍‌ଙ୍କ ବଲ୍‌ରେ ରିଡଲେ ଜାକବଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ପକ୍ଷରୁ କାର୍ଲ ହୁପର ୨ଟି ଏବଂ ସୁଲିମାନ ବେନ ଗୋଟିଏ ଉଇକେଟ ନେଇଥିଲେ। ସେହ୍ବାଗ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚରେ ଟସ୍‌ ଜିତି ଭାରତ ଲିଜେଣ୍ଡ୍ସ ପ୍ରଥମେ ବୋଲିଂ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୦ଓଭରରେ ୮ଉଇକେଟ ବିନିମୟରେ ୧୫୦ ରନ କରିଥିଲା। ଦଳ ପକ୍ଷରୁ ଓପନର ଶିବନାରିନ ଚନ୍ଦରପଲ ସର୍ବାଧିକ ୬୧ ରନ କରିଥିଲେ। ସେ ୪୧ଟି ବଲ୍‌ର ସାମ୍ନା କରିଥିବାବେଳେ ୬ ଚୌକା ଓ ୨ ଛକା ଲଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାରେନ ଗଙ୍ଗା ୩୨ ଓ ଅଧିନାୟକ ଲାରା ୧୭ ରନ (୧୫ବଲ୍‌ ୪ଚୌକା) କରିଥିଲେ। ଇଣ୍ଡିଆ ଲିଜେଣ୍ଡ୍ସ ତରଫରୁ ଜାହିର ଖାଁ, ମୁନାଫ ପଟେଲ ଓ ପ୍ରଜ୍ଞାନ ଓଝା ଦୁଇଟି ଲେଖାଏଁ ଏବଂ ଇର୍ଫାନ ପଠାନ ଗୋଟିଏ ଉଇକେଟ ନେଇଥିଲେ। ରବିବାର ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଓ ଶ୍ରୀଲଙ୍କା ଲିଜେଣ୍ଡ୍ସ ମଧ୍ୟରେ ହେବ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ: ୨୦ ଓଭରରେ ୧୫୦/୮ (ଚନ୍ଦରପଲ-୬୧, ଡାରେନ ଗଙ୍ଗା-୩୨; ମୁନାଫ-୨/୨୪, ଓଝା-୨/୨୭, ଜାହିର-୨/୩୦)।
ଇଣ୍ଡିଆ ଲିଜେଣ୍ଡ୍ସ: ୧୮.୨ ଓଭରରେ ୧୫୧/୩ ( ସେହ୍ବାଗ-୭୪*, ତେନ୍ଦୁୁଲକର-୩୬; ହୁପର-୨/୧୯, ବେନ୍‌-୧/୨୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri