ଇଣ୍ଡିଆ ଗେଟ୍‌ରେ ପରିବେଶ ପାଇଁ ସଚେତନ କଲେ କପିଳ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ପେଟ୍ରୋଲ, ଡିଜେଲ ଚାଳିତ ଗାଡ଼ିମୋଟରର ବ୍ୟାପକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ବିଶେଷକରି ନୂଆଦିଲ୍ଲୀର ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା ହ୍ରାସ ପାଇବା ସହ ଓଜୋନସ୍ତର ବଢ଼ିବାରେ ଲାଗିଛି। ପ୍ରଦୂଷଣ ବଳୟର ଅନ୍ଧକାରରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ଦିଲ୍ଲୀବାସୀ। ଏହାର ପ୍ରଭାବ ମଧ୍ୟ ଦେଶ ତଥା ବିଶ୍ୱ ପରିବେଶ ଉପରେ ପଡୁଛି। ଏହି ପରିସ୍ଥିତି ଓଡ଼ିଆ ପୁଅ କପିଳ ପ୍ରଧାନଙ୍କୁ ବ୍ୟଥିତ କରିଛି। ଗାଡ଼ି ଛାଡ଼ି ସାଇକେଲ ଚଲାନ୍ତୁ, ଗଛ ଲଗାଇ ପ୍ରଦୂଷଣରୁ ମୁକ୍ତି ପାଆନ୍ତୁ ଓ ସୁସ୍ଥ ପରିବେଶ ସୁସ୍ଥ ଜୀବନ ବିତାଇବା ପାଇଁ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ଦେଇଛନ୍ତି କପିଳ। ସେ ସାଇକେଲରେ ୨୫ ଦିନ ଧରି ୬ ରାଜ୍ୟର ୨୫ଶହ କିମି ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚତ୍ବା ପରେ ୫ଦିନ ଧରି ଇଣ୍ଡିଆ ଗେଟ୍‌ରେ ଲୋକଙ୍କୁ ସଚେତନ କରି ଫେରିଛନ୍ତି। ଗାଡ଼ି ଛାଡ଼ି ସାଇକେଲ ଚଲାନ୍ତୁ, ଗଛ ଲଗାଇ ପ୍ରଦୂଷଣରୁ ମୁକ୍ତି ପାଆନ୍ତୁ, ସୁସ୍ଥ ପରିବେଶ ସୁସ୍ଥ ଜୀବନ ବିତାଇବାକୁ ଲୋକଙ୍କୁ ବୁଝାଉଛନ୍ତି କପିଳ।

ସାଇକେଲ ଟ୍ରାକ୍‌ କରିବାକୁ ଦାବି କଲେ
କପିଳ ଦିଲ୍ଲୀରେ ସାଇକେଲ ଟ୍ରାକ୍‌ କରିବାକୁ ଦାବି ଉଠାଇଛନ୍ତି। ସେ କହିଛନ୍ତି, ଦିଲ୍ଲୀ ରାସ୍ତାରେ ସାଇକେଲ ଟ୍ରାକ୍‌ ଦେଖିବାକୁ ମିଳୁନି। ଦିଲ୍ଲୀ ସରକାର ବହୁ ଲୋକାଭିମୁଖି ଯୋଜନା ହାତକୁ ନେଉଥିଲେ ମଧ୍ୟ ସବୁ ରାସ୍ତାକୁ ଲାଗି ସାଇକେଲ ଟ୍ରାକ୍‌ ଓ ଫୁଟ୍‌ପାଥ (ପାଦଚଲା ରାସ୍ତା) କରିବା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି। ଏନେଇ କପିଳ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଓ ଢ଼େଙ୍କାନାଳ ଏମ୍‌ପି ମହେଶ ସାହୁଙ୍କୁ ଭେଟି ଆଲୋଚନା କରିଛନ୍ତି। ଉଭୟ ଏମ୍‌ପି ଆଗାମୀ ଦିନରେ କପିଳଙ୍କ ଦାବିକୁ ସଂସଦରେ ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ଭିନ୍ନ ଚିନ୍ତାଧାରା, ନିଆରା ପ୍ରୟାସ
କପିଳଙ୍କ ଘର ପୁରୀ ଜିଲା ନିମାପଡ଼ାର ନିନିଗଁାରେ। ସେ ଜାନୁଆରୀ ୨ରୁ ଯାତ୍ରା ଆରମ୍ଭ କରି ଜାନୁୟାରୀ ୨୭ରେ ଇଣ୍ଡିଆ ଗେଟ୍‌ ନିକଟରେ ଶେଷ କରିଥିଲେ। ସେ କୁହନ୍ତି, ଦିନକୁ ପ୍ରାୟ ୧୧ ଘଣ୍ଟା ସାଇକେଲ ଚଲାଇ ୧୦୦ କି.ମି. ରାସ୍ତା ଅତିକ୍ରମ କରୁଥିଲେ। ଯିବା ବାଟରେ ଲୋକଙ୍କୁ ସଚେତନ କରିଥିଲେ। ପାଖାପାଖି ୧୦୮ ଥାନାରେ ପହଞ୍ଚତ୍ ଅଭିଯାନ ସମ୍ପର୍କରେ ଅବଗତ କରିଥିଲେ। ସମସ୍ତ ଥାନା ଅଧିକାରୀଙ୍କ ସାହାଯ୍ୟ ଓ ନିଜର ଦୃଢ଼ ମନୋବଳ ପାଇଁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିଛନ୍ତି ବୋଲି ସେ କହିଛନ୍ତି। ତେବେ ତାଙ୍କର ଏଭଳି ଭିନ୍ନ ଚିନ୍ତାଧାରା ଓ ନିଆରା ପ୍ରୟାସକୁ ନିଜ ଗାଁଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲୋକେ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ କପିଳ ୨୦୧୮ରେ ମଧ୍ୟ ସାଇକେଲରେ ଦିଲ୍ଲୀ ଗସ୍ତ କରିଥିଲେ। ଗତଥର ସେ ଓଡ଼ିଶାରୁ ଝାଡଖଣ୍ଡ ପରେ ବିହାର ଓ ଉତ୍ତର ପ୍ରଦେଶ ହୋଇ ୧୪ଦିନରେ ଦିଲ୍ଲୀରେ ପହଞ୍ଚତ୍ଥିଲେ। ଚଳିତଥର ସେ ଓଡ଼ିଶାରୁ ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଭୋପାଳ, ଉତ୍ତର ପ୍ରଦେଶ ଓ ହରିଆଣା ଦେଇ ୨୫ଦିନରେ ଦିଲ୍ଲୀରେ ପହଞ୍ଚତ୍ଥିଲେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri