Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଜାମ୍‌ସେଦପୁର ବିଜୟୀ

ମାରଗାଓ,୨୭।୧୧(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଜାମ୍‌ସେଦପୁର ଏଫ୍‌ସି ୧-୦ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସର୍ଗିଓ କ୍ୟାସଲ ୧୭ତମ ମିନିଟ୍‌ରେ ଗୋଲ ସ୍କୋର କରି ଜାମସେଦ୍‌ପୁରକୁ ଅଗ୍ରଣୀ କରାଇଥିଲେ। ଏଥିସହିତ ସର୍ଗିଓ ସେସନର ଚତୁର୍ଥ ଗୋଲ ସ୍କୋର କରିଛନ୍ତି। ସର୍ବାଧିକ ଗୋଲ ସ୍କୋରର ତାଲିକରେ ସର୍ଗିଓ ଶୀର୍ଷକୁ ଉଠିଛନ୍ତି। ଏହି ବିଜୟ ସହ ଜାମସେଦପୁର ଦ୍ୱିତୀୟ ସ୍ଥାନକୁ ଉଠିଛି। ଜାମସେଦପୁର ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୩ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇଛି। ସମାନ ୧୦ ପଏଣ୍ଟ ପାଇଥିଲେ ମଧ୍ୟ ଏଟିକେ ଗୋଲ ବ୍ୟବଧାନରେ ଆଗରେ ରହି ଶୀର୍ଷ ସ୍ଥାନରେ ରହିଛି। ସେହିପରି ଗୋଆ ୫ଟି ମ୍ୟାଚ୍‌ ଖେଳି ୨ ବିଜୟ, ୧ ପରାଜୟ ଓ ୨ଟି ଡ୍ର ସହ ୮ ପଏଣ୍ଟ ପାଇ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛି। ଘରୋଇ ପରିବେଶରୁ ଫାଇଦା ଉଠାଇ ଗୋଆ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା। ଉଭୟ ଦଳ କେତୋଟି ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲେ। ସର୍ଗିଓ ଉଭୟ ଦଳ ମଧ୍ୟରେ ଫରକ ଆଣିଥିଲେ। ୭୨ତମ ମିନିଟରେ ଗୋଆର ଅହମ୍ମଦ ଜାହୋଉ ରେଡ କାର୍ଡ ଦେଖାଯାଇଥିଲା। ଫଳରେ ମ୍ୟାଚ୍‌ର ଅନ୍ତିମ ଭାଗରେ ଗୋଆ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଗୋଆ ତା’ର ପରବର୍ତ୍ତୀ ମ୍ୟାଚ୍‌ ୧ ତାରିଖର ରବିବାର ଦିନ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ସେହିପରି ଜାମ୍‌ସେଦପୁର ୨ ତାରିଖ ସୋମବାର ଦିନ ନର୍ଥ ଇଷ୍ଟ ୟୁନାଇଟେଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri