ଇଟାଭାଟି ଭିତରେ ଅଙ୍ଗନୱାଡ଼ି କେନ୍ଦ୍ର

ଜୟପୁର,୧୯ା୧(ଡି.ଏନ୍‌.ଏ.):ଜୟପୁର ବ୍ଲକ ସଦର ଉପକଣ୍ଠ ବାରିଣିପୁଟ ପଞ୍ଚାୟତ ପରଜା ସାହିରେ ଏକ ନିର୍ଜନ ଚାଷଜମିରେ ବେଆଇନ ଇଟାଭାଟି ଗଢ଼ି ଉଠିଛି। ତାରି ଭିତରେ ରହିଛି ଅଙ୍ଗନୱାଡ଼ି କେନ୍ଦ୍ର ା ସରକାର ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗୃହ ନିର୍ମାଣ କରୁଛନ୍ତି। କିନ୍ତୁ ନିର୍ମାଣ ପୂର୍ବରୁ କେନ୍ଦ୍ରର ଆଖାପଖ ପରିବେଶ, ଗମନାଗମନ ଓ ଅନ୍ୟ ବ୍ୟବସ୍ଥାକୁ ଅଣଦେଖା କରି ସରକାରୀ ଅଧିକାରୀ ଜମି ଚିହ୍ନଟ ସହ ଗୃହ ନିର୍ମାଣ କରୁଛନ୍ତି। ଫଳରେ ଏହା ଅବ୍ୟବହୃତ ଭାବେ ପଡ଼ି ରହୁଛି। ଶେଷରେ ଭାଙ୍ଗି ଯାଉଛି କିମ୍ବା ଜବରଦଖଲକୁ ଚାଲିଯାଉଛି। ବାରିଣିପୁଟ ପଞ୍ଚାୟତରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସମଦଶା ଭୋଗିଛି। ଚାରିପାଖ ଚାଷଜମି ଥିବାବେଳେ ଯାତାୟାତ ପାଇଁ ରାସ୍ତାଟିଏ ନାହିଁ। ବେଆଇନ ଭାଟିରେ ଧାନ ଚଷୁ ଦ୍ୱାରା ଇଟା ପୋଡ଼ା ହେଉଥିବା ଅଞ୍ଚଳରେ ପ୍ରଦୂଷଣ ବଢୁଛି। ଭାଟି ପାଇଁ ମାଟି ଖୋଳାଯାଇ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି। ନୂତନ ଭାବେ ନିର୍ମିତ ଏହି କେନ୍ଦ୍ରକୁ ଦୁଇ ମାସ ତଳେ ସ୍ଥାନାନ୍ତର କରାଯାଇଛି। ପୁରୁଣା ଘର ଭାଙ୍ଗିବା ଅବସ୍ଥାରେ ଥିବା ଯୋଗୁ ନୂତନ ଘରର ଲାଟ୍ରିନ କବାଟ ଚୋରି ହୋଇଯାଇଛି। ସେହିପରି ବାହାର ପଟେ କେବଳ ଚୂନ ଲଗାଯାଇଥିବା ବେଳେ ଭିତରେ କକ୍ଷ କାନ୍ଥରେ ଚୂନ ଲଗାଯାଇ ନାହିଁ। ନିମ୍ନମାନର କାର୍ଯ୍ୟ ଯୋଗୁ କାନ୍ଥରୁ ପ୍ଲାଷ୍ଟର ଖସୁଛି। ଏନେଇ କେନ୍ଦ୍ରର ମହିଳା କର୍ମୀ କହିଛନ୍ତି, ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ସମସ୍ୟା କୁହାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ରରେ ୩୦ ଜଣ ଶିଶୁ ଥିଲେ ମଧ୍ୟ ମାତ୍ର ୧୫ରୁ ୨୦ ଜଣ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri