ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ ପାଇଁ ଆସିବ ବଡ ପଦକ୍ଷେପ

ନୂଆଦିଲ୍ଲୀ,୧୧-୧ : ସରକାର ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ବା ବାଣିଜ୍ୟ ସୁଗମତାକୁ ପ୍ରାଥମିକତା ଦେଉଛନ୍ତି। ଏହି ଧାରାରେ ବିଭିନ୍ନ ପ୍ରକ୍ରିୟାର ନିରନ୍ତର ସରଳୀକରଣ କରାଯାଉଛି। ଏହାକୁ ଧ୍ୟାନରେ ରଖି ବିଭିନ୍ନ କାଗଜପତ୍ର ସମ୍ପର୍କିତ ପ୍ରକ୍ରିୟାକୁ କମ୍‌ କରାଯିବା ସହ ୫ ଦିନ ମଧ୍ୟରେ ନୂଆ ବାଣିଜ୍ୟ ଆରମ୍ଭ କରିବାର ସୁବିଧା ସରକାର କରିବା ନେଇ ଯୋଜନା ରଖିଛନ୍ତି। ବର୍ତ୍ତମାନ ନୂଆ ବାଣିଜ୍ୟ ଆରମ୍ଭ କରିବା ଲାଗି ୧୦ ପ୍ରକ୍ରିୟା ଦେଇ ଯିବାକୁ ପଡୁଛି। ଏଥିଲାଗି ୧୮ ଦିନ ସମୟ ନିର୍ଦ୍ଧାରିତ କରାଯାଇଛି। ସରକାର ଏହି ପ୍ରକ୍ରିୟାକୁ କମ୍‌ କରି ୫କୁ ଆଣିବା ଏବଂ ୫ ଦିନକୁ ଖସାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ପ୍ରକ୍ରିୟା ଅନ୍ତର୍ଗତ ୧୦ ସେବା ଲାଗି କେବଳ ୨ ଫର୍ମ ଭରିବାକୁ ପଡିବ। ନାମ ପଞ୍ଜୀକରଣ, ଇନ୍‌କର୍ପୋରେଶନ ବାଦ ଜିଏସ୍‌ଟି ଭଳି ବିଭିନ୍ନ ଟିକସ ପ୍ରଦାନ କ୍ଷେତ୍ରରେ ପଞ୍ଜିକରଣ ଲାଗି ୧୦ ପ୍ରମୁଖ ସେବା ଲାଗି ଶୀଘ୍ର ୨ଟି ଫର୍ମ ଉପଲବ୍ଧ ହେବ। ବର୍ତ୍ତମାନ ଏଥିଲାଗି ୬ ଅଲଗା ଅଲଗା ଫର୍ମ ପୂରଣ କରିବାକୁ ପଡୁଛି। ପ୍ରକ୍ରିୟା ସହ ଜଡିତ ସରକାରୀ ଅଧିକାରୀ କହିଛନ୍ତି ଯେ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଆଗାମୀ ଗୋଟିଏ ମାସରେ ୨ ଫର୍ମ ସ୍ପାଇସ ପ୍ଲସ ଏବଂ ଏଜିଲ ପ୍ରୋ ଜାରି କରିବ। ଏହି ୨ଟି ଫର୍ମରେ ଜିଏସ୍‌ଟିଇନ୍‌, ପ୍ୟାନ, ଟ୍ୟାନ, ଇଏସ୍‌ଆଇସି, ଇପିଏଫ୍‌ଓ, ଡିନ୍‌, ବ୍ୟାଙ୍କ ଆକାଉଣ୍ଟ ଏବଂ ପ୍ରଫେଶନାଲ ଟିକସର ଆକ୍‌ସେସ୍‌ କରାଯାଇପାରିବ। ଏହି ୨ଟି ଫର୍ମ ଅନ୍‌ଲାଇନରେ ଉପଲବ୍ଧ ହେବ। ଏହାର ବ୍ୟବହାର ମଧ୍ୟ ସହଜ ହେବ। ସ୍ପାଇସ ପ୍ଲସ କର୍ପୋରେଶନ ଫର୍ମ ଭାବେ କାର୍ଯ୍ୟକାରୀ କରାଯିବାକୁ ଥିବା ବେଳେ ବ୍ୟକ୍ତି ବିଶେଷ ନାମ ଏବଂ ଇନ୍‌କର୍ପୋରେଶନ ବାଦ ଅନ୍ୟ ସେବା ଲାଗି ମଧ୍ୟ ଆବେଦନ କରିପାରିବେ।
ଅଧିକାରୀ ଜଣକ କହିଛନ୍ତି ଯେ, ଏବେ କମ୍ପାନୀଗୁଡିକର ଇନ୍‌କର୍ପୋରେଶନ ସମୟରେ ହିଁ ଏମ୍ପ୍ଲୟି ଷ୍ଟେଟ ଇନସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି) ଏବଂ ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ (ଇପିଏଫ୍‌ଓ) ନିକଟରେ ଆବେଦନ କରିବାକୁ ପଡିବ। ସେହିଭଳି ଇନକର୍ପୋରେଶନ ସମୟରେ ଡାଇରେକ୍ଟର ଇନ୍‌ଫରମେଶନ ନମ୍ବର(ଡିନ)ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପ୍ୟାନ), ଟାକ୍ସ ଡିଡକସନ ଆଣ୍ଡ କଲେକ୍ସନ ଆକାଉଣ୍ଟ ନମ୍ବର(ଟ୍ୟାନ), ଗୁଡସ ଆଣ୍ଡ ସର୍ଭିିସେସ ଆଇଡେଣ୍ଟିଫିକେଶନ ନମ୍ବର(ଜିଏସ୍‌ଟିଇନ୍‌) ସହ ପ୍ରଫେଶନାଲ ଟିକସ ଲାଗି ପଞ୍ଜୀକରଣ କରିବାକୁ ପଡିବ। ଏହା ଦ୍ୱାରା ଦେଶରେ ବାଣିଜ୍ୟ କରିବା ସୁଗମ ହେବ ବୋଲି କୁହାଯାଉଛି। ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୧୯୦ ଦେଶ ମଧ୍ୟରେ ୬୩ତମ ସ୍ଥାନରେ ରହିଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥମନ୍ତ୍ରଣାଳୟ ଏବଂ ଶ୍ରମ ମନ୍ତ୍ରଣାଳୟ ଏହି ର଼୍ୟାଙ୍କରେ ସୁଧାର ଆଣିବା ଲାଗି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ଧାରାରେ ୮ ବ୍ୟାଙ୍କ ମଧ୍ୟ ମିଳିତ ହୋଇଛନ୍ତି ବୋଲି ଅଧିକାରୀ କହିଛନ୍ତି।
ସରକାରଙ୍କ ଏଭଳି ପଦକ୍ଷେପ ଆରମ୍ଭ ହେଲେ ବାଣିଜ୍ୟ ଆରମ୍ଭ କରିବା ଲାଗି ସମୟ କମିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଲ ଫାର୍ମ କର୍ପୋରେଟ ପ୍ରଫେଶନାଲର ପାର୍ଟନର ଆରିକ ସିଂଘି କହିଛନ୍ତି,ଜିଏସ୍‌ଟି ଏବଂ ଅନ୍ୟ ବିଜନେସ ରେଜିଷ୍ଟ୍ରେଶନକୁ କମ୍ପାନୀ ପଞ୍ଜୀକରଣ ପ୍ରକ୍ରିୟା ସହ ଯୋଡିବା ଦ୍ୱାରା ଦେଶ ମଧ୍ୟରେ ବାଣିଜ୍ୟ ଆରମ୍ଭ କରିବା ପ୍ରକ୍ରିୟା ବେଶ ସହଜ ହେବ। ଏହା ସହ ସମୟ ମଧ୍ୟ କମିବ। ଏହା ସରକାରଙ୍କ ଏକ ସକାରାତ୍ମକ ପଦକ୍ଷେପ ବୋଲି କେପିଏମ୍‌ଜି ଇଣ୍ଡିଆର ପାର୍ଟନର ହିମାଂଶୁ ପାରେଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri