ଇଏ ମୋ ବୃତ୍ତି: ଏ କାର୍ତ୍ତିକ-ପ୍ରଭାତୀଙ୍କ ‘ରୁଟି’

କଟକ ଅଫିସ,୧୨।୧୨: ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପ୍ରକାର ପରିଶ୍ରମକୁ ନେଇ ମଣିଷ ଏହାର ନାଁ ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ କାହାଣୀକୁ ନେଇ ଏହି ସ୍ବତନ୍ତ୍ର ସ୍ତମ୍ଭ….

୨୦ବର୍ଷ ଧରି ଖପୁରିଆ ଆଇଟିଆଇ କଲେଜ ପାଖରେ ଥିଲା କାର୍ତ୍ତିକ ସାହୁଙ୍କ ଏକ ଛୋଟ ଜଳଖିଆ ଦୋକାନ। ବ୍ୟବସାୟରେ ତାଙ୍କୁ ସହଯୋଗ କରୁଥିଲେ ସ୍ତ୍ରୀ ପ୍ରଭାତୀ। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ୫ ପ୍ରାଣୀଙ୍କ ପେଟ ପୂରୁଥିଲା। ୪ବର୍ଷ ତଳେ ସରକାର ଏହି ରାସ୍ତାର ପ୍ରଶସ୍ତୀକରଣ କଲେ। ଫଳରେ ଭାଙ୍ଗିଗଲା ତାଙ୍କ ବେଉସାର ଘର। ସେ ଖାନ୍‌ନଗର ଅଞ୍ଚଳରେ ଭଡ଼ା ନେଇ ରହୁଥିବାବେଳେ ପରିବାର ପ୍ରତିପୋଷଣର ଚିନ୍ତା ତାଙ୍କୁ ଶୁଆଇ ଦେଲା ନାହିଁ। ସହରରେ ବଞ୍ଚିବାର ଆଶା ବାନ୍ଧି ସେ ଏକ ନୂଆ ବୃତ୍ତି ଆରମ୍ଭ କରିଥିଲେ। ବ୍ୟବସାୟ ଉଦ୍ଦେଶ୍ୟରେ ଜଣେ ହୋଟେଲ ମାଲିକ ତାଙ୍କୁ ରୁଟି ଯୋଗାଇ ଦେବାକୁ କହିଥିଲେ। ପ୍ରତ୍ୟେକ ଦିନ କାର୍ତ୍ତିକ ଆଉ ପ୍ରଭାତୀ ୫୦ଖଣ୍ଡ ରୁଟି ତିଆରି କରି ସେହି ହୋଟେଲକୁ ଯୋଗାଇ ଦେଉଥିଲେ। କ୍ରମେ ୫୦ଖଣ୍ଡ ବଢି ବଢି ୫ହଜାରରେ ପହଞ୍ଚିଗଲା। ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ କାଢ଼ି ରୁଟି ତିଆରି କରିପାରୁ ନ ଥିବା ହୋଟେଲ, ରେଷ୍ଟୁରାଣ୍ଟ ମାଲିକମାନଙ୍କ ଭରସାର ପାତ୍ର ପାଲଟିଛନ୍ତି କାର୍ତ୍ତିକ ଓ ପ୍ରଭାତୀ। ସହରର ବିଭିନ୍ନ ଭୋଜି, ଜନ୍ମଦିନ ଆଦିରେ ସେମାନଙ୍କ ରୁଟିର ଖୋଜା ପଡ଼ୁଛି। ୫ଜଣ ମହିଳାଙ୍କୁ ସାମିଲ କରି ବ୍ୟବସାୟକୁ ଦୁହେଁ ବଢାଇବାରେ ଲାଗିଛନ୍ତି। ମହିଳା ସ୍ବାବଲମ୍ବୀ କ୍ଷେତ୍ରରେ ଏହା ଏକ ଉଦାହରଣ ସୃଷ୍ଟି କରିଛି। ସ୍ବଳ୍ପ ପୁଞ୍ଜିରୁ ଜୀଇଁବାର ରାହା ପାଇଥିବା ପ୍ରଭାତୀ ଏବେ ଅନେକଙ୍କୁ ବଞ୍ଚିବାର ବାଟ ଦେଖାଇଛନ୍ତି।
ଏହାଦ୍ୱାରା କେବଳ ମୋର ନୁହେଁ, ଅନ୍ୟ ୪ଜଣ ମହିଳାଙ୍କ ପରିବାର ପ୍ରତିପୋଷଣ ମଧ୍ୟ ହୋଇପାରୁଛି। ଭଲ ଅଟାରୁ ରୁଟି ପ୍ରସ୍ତୁତ କରୁଛୁ। ବିଭିନ୍ନ ସ୍ଥାନରେ ହେଉଥିବା ଭୋଜି ତଥା ଅନ୍ୟ କାର୍ଯ୍ୟକ୍ରମ ପାଇଁ ଏସବୁ ଖାଦ୍ୟ ନେଇ ଯିବା ପାଇଁ ଅଟୋଟିଏ ଅଛି। ଗ୍ରାହକଙ୍କୁ ଠିକ୍‌ ସମୟରେ ଯେଭଳି ଭଲ ଖାଦ୍ୟ ଦେଇପାରିବୁ ସେଥିଲାଗି ଚେଷ୍ଟା କରୁଛୁ।
-ପ୍ରଭାତୀ ସାହୁ, ବ୍ୟବସାୟୀ
ପ୍ରାୟ ୪ବର୍ଷ ହେବ ମୁଁ ପ୍ରଭାତୀ ଅପାଙ୍କ ସହ କାମ କରୁଛି। ରୋଜଗାର ପାଇଁ ଏଣେତେଣେ ବୁଲୁଥିବାବେଳେ ସେ ମୋତେ ସହଯୋଗ କରିଥିଲେ। ଏଥିଯୋଗୁ ମୁଁ ମୋ’ ପରିବାରକୁ ପ୍ରତିପୋଷଣ କରିବାରେ ସମର୍ଥ ହୋଇପାରିଛି।
– ରୀତା ସାହୁ, ସହଯୋଗୀ
ବହୁଦିନ ହେବ ମୁଁ ଏଠାରୁ ରୁଟି କିଣୁଛି। ହୋଟେଲରେ ବିକ୍ରି ହେଉଥିବା ରୁଟିଠାରୁ ଏଠାରୁ ମିଳୁଥିବା ରୁଟିର ସ୍ବାଦ ବହୁତ ଅଲଗା। ହଷ୍ଟେଲ୍‌ ରୁଟି ଖାଇବା ଅପେକ୍ଷା ଏହି ରୁଟି ଅଧିକ ଭଲ ଲାଗେ। ବେଳେ ବେଳେ ଆରିଶା, ଚକୁଳି ମଧ୍ୟ କିଣି ଖାଇବା ସହ ସାଙ୍ଗମାନଙ୍କ ପାଇଁ ନେଇଥାଏ। ମୋ ସହ ମୋର କିଛି ସାଙ୍ଗ ମଧ୍ୟ ଏଠାକୁ ଆସନ୍ତି।
-ଆଶିଷ ରାଉତ, ଗ୍ରାହକ
(ରିପୋର୍ଟ- ଅଶୋକ କୁମାର ବାରିକ)


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri