ଇଆଇଏ ପ୍ରତ୍ୟାହାର ଦାବିରେ ଧାରଣା

ବ୍ରହ୍ମପୁର ଅଫିସ, ୬ା୬- ପରିବେଶ ସୁରକ୍ଷା ଆଇନ ପ୍ରଭାବ(ଇଆଇଏ)କୁ ଆକଳନ, ଅଧ୍ୟୟନର ଖୋଲା ଆଲୋଚନା ତଥା ବିନା ଜନଶୁଣାଣିରେ କମ୍ପାନୀ ହାତକୁ ପ୍ରାକୃତିକ ସମ୍ପଦ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା ଓ ଜନଜାଗରଣର ଆବାହକ ମଧୁସୂଦନ ସେଠୀ ଶୁକ୍ରବାର ବିଶ୍ୱ ପରିବେଶ ଦିବସରେ ବ୍ରହ୍ମପୁର ଗାନ୍ଧୀନଗର ଛକସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୧୨ ଘଣ୍ଟା ଉପବାସ ରହି ଧାରଣା ଦେଇଥିଲେ। ପରିବେଶ ପ୍ରଭାବକୁ ବଦଳାଇବା ଅଗଣତାନ୍ତ୍ରିକ, ସମ୍ବିଧାନ ବିରୋଧୀ ପ୍ରକୃତି ବିରୋଧୀ କାର୍ଯ୍ୟ। ଏହାକୁ ବନ୍ଦ କରିବା, କେରଳରେ ଗର୍ଭବତୀ ହାତୀକୁ ହତ୍ୟା କରିଥିବା ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟାଙ୍କ ସମେତ ଲକ୍ଷ୍ମୀନୃସିଂହ ରଥ, ଶଙ୍କର ସାହୁ, ରମେଶ ଚନ୍ଦ୍ର ସାହୁଙ୍କ ସମେତ ବହୁ ସମାଜସେବୀ ଏଥିରେ ସାମିଲ ହୋଇଥିଲେ।