Posted inଖେଳ

ଇଂଲଣ୍ଡ ପାଇଁ ନେଟ୍ସରେ ଅର୍ଜୁନଙ୍କ ବୋଲିଂ

ଲଣ୍ଡନ,୨୫।୬(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଭ୍ୟାସ ସେସନ ଅବସରରେ ନେଟ୍ସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କ୍ରିକେଟର ମକ୍କା କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ଅର୍ଜୁନ ନିଜ ରନ୍‌ ଅପ୍‌ ଚହ୍ନିତ କରି ଜୋରଦାର ବୋଲିଂ କରିଥିବାର ଲକ୍ଷ୍ୟ କରାଯାଇଥିଲା। ଏକ କମଳା ରଙ୍ଗର ଟି ଶାର୍ଟ ପରିଧାନ କରି ଅର୍ଜୁନବୋଲିଂ କରୁଥିବା ବେଳେ ଇଂଲଣ୍ଡର ସ୍ପିନ୍‌ ବୋଲିଂ ପରାମର୍ଶଦାତା ସାକଲିନ୍‌ ମୁସ୍ତାକଙ୍କ ତାଙ୍କୁ ନିରୀକ୍ଷଣ କରୁଥିଲେ। ଇଂଲଣ୍ଡ ପାଇଁ ଅର୍ଜୁନ ପ୍ରଥମଥର ଲାଗି ଏପରି ବୋଲିଂ କରିନାହାନ୍ତି। ପୂର୍ବରୁ ୨୦୧୫ରେ ୧୫ ବର୍ଷ ବୟସରେ ଅର୍ଜୁନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଟ୍‌ ବୋଲରଙ୍କ ଗ୍ରୁପ୍‌ରେ ସାମିଲ ହୋଇଥିଲେ ଓ ବୋଲିଂ କରିଥିଲେ। ୧୯ ବର୍ଷରେ ପଦାର୍ପଣ କରିଥିବା ଅର୍ଜୁନ ଏମ୍‌ସିସି ୟଙ୍ଗ କ୍ରିକେଟର୍ସ ତରଫରୁ ସରେ ସେକେଣ୍ଡ ଏକାଦଶ ବିପକ୍ଷରେ ଖେଳିଥିଲେ। ଗତ ସପ୍ତାହରେ ହାଇ ଓ୍ବିକମ୍ବରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଅଂଶଗ୍ରହଣ କରି ସେ ୧୧ ଓଭର ବୋଲିଂ କରି ୫୦ ରନ ବ୍ୟୟ କରିବା ସହ ୨ ଉଇକେଟ ଅକ୍ତିଆର କରିଥିଲେ। ସେ ଗତବର୍ଷ ଶ୍ରୀଲଙ୍କା ବିପକ୍ଷ ୧୯ ବର୍ଷରୁ କମ୍‌ ଯୁବ ଟେଷ୍ଟରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଗତମାସ ସେ ମୁମ୍ବାଇ ଟି୨୦ ଲିଗ୍‌ରେ ଆକାଶ ଟାଇଗର୍ସ ତରଫରୁ ଖେଳିଥିଲେ। ୨୦୧୭-୧୮ କୁଚ୍‌ ବିହାର ଟ୍ରଫିରେ ସେ ମୁମ୍ବାଇ ୧୯ ବର୍ଷରୁ କମ୍‌ ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୯ଟି ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri