ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ :ବ୍ରାହ୍ମଣୀଗାଁ ଫରେଷ୍ଟରଙ୍କ ୧କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ

ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି/ବାଲିଗୁଡ଼ା(ଡି.ଏନ୍‌.ଏ.)୨୮ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବାଲିଗୁଡା ବଜାର ସାହିରେ ଥିବା କୈଳାସଙ୍କ ଘର, ପୈତୃକ ଘର, ଗୁଳିମରା ସାହିରେ ଥିବା ଦୁଇ ମହଲା କୋଠା, ଇଲେକ୍ଟ୍ରି ସାହିରେ ଥିବା ଏକ କୋଠାଘର, ପଣସପଡ଼ିରେ ଥିବା ଭାଇଙ୍କ ଘର, ସାରଙ୍ଗଗଡ଼ରେ ଥିବା ବିଲ୍ଡିଂ ଏବଂ ବ୍ରାହ୍ମଣୀଗାଁ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି। କୈଳାସଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ପ୍ରାୟ ସମସ୍ତ ସମ୍ପତ୍ତି ଠୁଳ କରାଯାଇଥିବା ଚଢ଼ାଉ ବେଳେ ଦେଖାଯାଇଛି।
ବାଲିଗୁଡ଼ା ଏବଂ ସାରଙ୍ଗଗଡ଼ରେ ୧,୫୫ ୮୫୦ ଟଙ୍କାର ଘରବାରି ପ୍ଲଟ, ସାରଙ୍ଗଗଡରେ ୮,୯୨,୭୧୦ ଟଙ୍କାର ବିଲ୍ଡିଂ, ଗୁଳିମରା ସାହିରେ ୨୩,୨୪,୧୨୦ ଟଙ୍କାର ଦୁଇ ମହଲା ବିଶିଷ୍ଟ କୋଠା, ଇଲେକ୍ଟ୍ର ିସାହିରେ ୧୦ ଲକ୍ଷ ଟଙ୍କାର ଘର, ୨୭ ଲକ୍ଷ ଟଙ୍କାର ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ବ୍ରହ୍ମପୁର ନିମଖଣ୍ଡିରେ ୯ ଲକ୍ଷ ଟଙ୍କାର ଏକ ଘର କୈଳାସଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ରହିଛି। ୫,୯୬,୧୧୯ ଟଙ୍କା ବିନିମୟରେ ଶ୍ୱଶୁରଘର ଉନ୍ନତୀକରଣ କାର୍ଯ୍ୟ କରାଯାଇଛି ା ସେହିପରି ବଜାରସାହି ଏବଂ ସାରଙ୍ଗଗଡ଼ସ୍ଥିତ ଘରୁ ୪,୭୩,୨୦୦ ଟଙ୍କାର ଘରୋଇ ଉପକରଣ, ୭,୭୫ ହଜାର ଟଙ୍କାର ଟ୍ରାକ୍ଟର, ପୁଅ ନାମରେ ୮୩ ,୫୦୦ ଟଙ୍କାର ଏକ ବାଇକ୍‌, ୬୮ ଗ୍ରାମ ସୁନା ଗହଣା, ୫, ୭୭,୩୮୦ ଟଙ୍କାର ବିଭିନ୍ନ ପଲିସି ଠାବ କରାଯାଇଛି ା ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬ ଲକ୍ଷ ୪୧୧ ଟଙ୍କା ଆକଳନ କରାଯାଇଛି ା ସେହିପରି ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ା ସୂଚନାଯୋଗ୍ୟ, କୌଳାସ ପୂର୍ବରୁ ତୁମୁଡିବନ୍ଧ, କ.ନୂଆଗାଁ ବ୍ଲକରେ ଫରେଷ୍ଟର ଥିଲେ ା ଏହି ସମୟରେ ତାଙ୍କ ନାମରେ ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri