ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ସମ୍ପାଦକ

ନିମାପଡ଼ା, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ଭାରପ୍ରାପ୍ତ ସମ୍ପାଦକ ବିଜୟ କୁମାର ସ୍ବାଇଁଙ୍କ କିଆକଣ୍ଟା ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଇ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବାଇଁଙ୍କ ଘର ସମେତ ନିମାପଡ଼ା ସରକାରୀ କାର୍ଯ୍ୟାଳୟ, ଶ୍ୱଶୁର ଘର ଆଦି ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉବେଳେ ଭିଜିଲାନ୍ସ ଅଧିକାରୀମାନେ ୧୫ଟି ବ୍ୟାଙ୍କ ପାସ୍‌ ବୁକ୍‌, ଶହେ ଗ୍ରାମ୍‌ ସୁନାଗହଣା ଓ ୩ ବାଇକ ଜବତ କରିଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ତାଙ୍କ ବାସଭବନରେ ଚଢ଼ାଉ ଜାରି ରହିଥିଲା। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଡିଏସ୍‌ପି ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି। ଚଢ଼ାଉବେଳେ ଭାରପ୍ରାପ୍ତ ସମ୍ପାଦକ ସ୍ବାଇଁ ଛୁଟିରେ ଥିବା ଜଣାପଡ଼ିଛି।