Categories: ବାଣିଜ୍ୟ

ଆୟୁଷ୍ମାନ ଖୁରାନା ଟାଇଟାନ ଆଇପ୍ଲସ୍‌ର ବ୍ରାଣ୍ଡ ଆମ୍ବାସାଡର

ନୂଆଦିଲ୍ଲୀ,୧୬-୧୦: ଟାଇଟାନ ଆଇଓ୍ବେର ବିଜନେସ ପକ୍ଷରୁ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। କମ୍ପାନୀର ଫ୍ରେମ, ସନଗ୍ଲାସେସ ଏବଂ ଲେନ୍ସକୁ ଆୟୁଷ୍ମାନ ପ୍ରମୋଶନ କରିବେ। କମ୍ପାନୀର ଆଗାମି ମଲ୍ଟି ମିଡିଆ କ୍ୟାମ୍ପେନରେ ସେ ନଜର ଆସିବେ ବୋଲି ଟାଇଟାନ ପକ୍ଷରୁ ସୂଚନା ଦିଆଯାଇଛି। ୬ରୁ ୬୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବର୍ଗ ଲାଗି କମ୍ପାନୀ ପକ୍ଷରୁ ପ୍ରଡକ୍ଟ ପ୍ରସ୍ତୁତ କରାଯାଉଛି। କମ୍ପାନୀର ଆଇଓ୍ବେର ବିଜନେସକୁ ପ୍ରମୋଟ କରାଇବା ଲାଗି ଆୟୁଷ୍ମାନଙ୍କ ସହ ଚୁକ୍ତିରେ ସାମିଲ ହୋଇ ଅତ୍ୟନ୍ତ ଖୁସି ବୋଲି ଟାଇଟାନ ଆଇଓ୍ବେର ଡିଜିଜନ ସିଇଓ ରୋନି ତାଲାତି କହିଛନ୍ତି।

Share