ଆୟକର ଛାଡ଼ ସୀମା ବଢ଼ିପାରେ; ବିତ୍ତଶାଳୀଙ୍କ ଉପରେ ଲାଗିବ ୪୦% ଟିକସ: ସର୍ଭେ

ନୂଆଦିଲ୍ଲୀ,୧-୭: ଆସନ୍ତା ସାଧାରଣ ବଜେଟରେ ବ୍ୟକ୍ତିଗତ ଆୟକରଦାତାଙ୍କ ଲାଗି ଆୟକର ଛାଡ଼ ସୀମା ବର୍ତ୍ତମାନର ୨.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇପାରେ। ଏଥିସହିତ ୧୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କଠାରୁ ୪୦ ପ୍ରତିଶତ ହାରରେ ଟିକସ ଆଦାୟ ଲାଗୁ ହୋଇପାରେ ବୋଲି ଏକ ସର୍ଭେରେ ଅନୁମାନ କରାଯାଇଛି।
କେପିଏମ୍‌ଜି(ଇଣ୍ଡିଆ)ପକ୍ଷରୁ ୨୦୧୯-୨୦ ବଜେଟ ପୂର୍ବ ସର୍ଭେରେ ବିଭିନ୍ନ ଉଦ୍ୟୋଗ ସହ ସମ୍ପୃକ୍ତ ୨୨୬ ଜଣଙ୍କ ମତାମତକୁ ସାମିଲ କରାଯାଇଛି। ଏଥିରେ ସାମିଲ ୭୪ ପ୍ରତିଶତ ଲୋକଙ୍କ ମତରେ ବ୍ୟକ୍ତିଗତ ଆୟକର ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯିବ। ସେହିପରି ୫୮ ପ୍ରତିଶତଙ୍କ ମତରେ ୧୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସରକାର ‘ସୁପର ରିଚ୍‌’ ବା ‘ବିତ୍ତଶାଳୀ’ ଭାବେ ଉଲ୍ଲେଖ କରି ସେମାନଙ୍କ ଠାରୁ ୪୦% ହାରରେ ସର୍ବାଧିକ ଟିକସ ଆଦାୟ କରିବାକୁ ବଜେଟରେ ଘୋଷଣା କରିପାରନ୍ତି। ସର୍ଭେରେ ଅଂଶଗ୍ରହଣକାରୀ ୧୩% ମତରେ ଉତ୍ତରାଧିକାରୀ ଟିକସକୁ ପ୍ରତ୍ୟାହାର କରିନିଆଯାଇପାରେ। ଅନ୍ୟପକ୍ଷରେ ୧୦ ପ୍ରତିଶତଙ୍କ ମତରେ ସମ୍ପଦ କର/ଇଷ୍ଟେଟ ଡ୍ୟୁଟିକୁ ପୁନର୍ବାର ଲାଗୁ କରାଯିବ ବୋଲି ସର୍ଭେରେ ଦର୍ଶାଯାଇଛି। ଘର ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବଜେଟରେ ନିଜସ୍ବ ବାସଯୋଗ୍ୟ ଘର ପାଇଁ ଆବାସ ଋଣ ଉପରେ ଦିଆଯାଉଥିବା ସୁଧ ଛାଡ଼ ସୀମାକୁ ୨ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇପାରେ ବୋଲି ୬୫% ଲୋକ ମତପୋଷଣ କରିଛନ୍ତି। ସେହିପରି ୫୧ପ୍ରତିଶତଙ୍କ ମତରେ ଗୃହ ଋଣ ବାବଦରେ ମୂଳ ଅର୍ଥ ଫେରସ୍ତ ପାଇଁ ୮୦ସି ଧାରାରେ ଛାଡ ସୀମାକୁ ୧.୫ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇପାରେ। ତେବେ ୫୩ ପ୍ରତିଶତଙ୍କ ମତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବଡ଼ ଧରଣର ସଂଶୋଧନ କରିବେ ନାହିଁ। ଅପରପକ୍ଷରେ ୪୬ ପ୍ରତିଶତଙ୍କ କହିବାନୁଯାୟୀ, ସମସ୍ତ କମ୍ପାନୀଙ୍କ ଲାଗି କର୍ପୋରେଟ ଟିକସ ହାରକୁ ୨୫%କୁ ହ୍ରାସ କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri