ଆହୁରି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା: ବଡ଼ଦାଣ୍ଡରୁ ହଟିବେ ଉଠା ଦୋକାନୀ, ୧୯ ସୁଦ୍ଧା କ୍ୟାବିନ୍‌ ଉଠାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୬।୬: ପୁଣି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା। ମଙ୍ଗଳବାର ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୌରସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୯ ତାରିଖ ସୁଦ୍ଧା ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠାଦୋକାନୀମାନଙ୍କୁ କ୍ୟାବିନ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ମାଇକ୍‌ ଯୋଗେ ବଡ଼ଦାଣ୍ଡରୁ ଉଠିଯିବାକୁ ପୌରସଂସ୍ଥା ପକ୍ଷରୁ ଘୋଷଣା କରାଯାଉଥିବା ସୂଚନା ମିଳିଛି। ତେବେ ରଥଯାତ୍ରାକୁ ଆଉ ମାତ୍ର ୬ ଦିନ ଥିବା ବେଳେ ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ପ୍ରଦାନ କରି ସାରିଛି।