ଆହାର କେନ୍ଦ୍ରରେ ଖାଇ ଛାଡ଼ଖାଇ ପାଳିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ବରଗଡ଼ ଅଫିସ,୧୩।୧୧- ବୁଧବାର ସବୁଆଡ଼େ ଛାଡଖାଇର ମାହୋଲ। ସଭିଁଏ ଉତ୍ସାହ, ଉଦ୍ଦୀପନା ସହିତ ଏହାକୁ ପାଳନ କରୁଛନ୍ତି। ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଦିନ ପ୍ରାୟ ସାଢେ ୧୨ଟାରେ ଚୌହାନ ରଗଡସ୍ଥିତ ଆହାର କେନ୍ଦ୍ରରେ ପହଞ୍ଚିଥିଲେ। ସେଠାକାର କାଉଣ୍ଟରକୁ ଯାଇ ଟିକେଟ କାଟିଥିଲେ ଏବଂ ଭୋଜନ କରିଥିଲେ । ତାଙ୍କ ସହିତ ଇଂ ଦେବବ୍ରତ ମିଣ୍ର, ଜୟନ୍ତ ଷଣ୍ଢ ପ୍ରମୁଖ ଉପସ୍ଥିତ ରହି ଭୋଜନ କରିଥିଲେ।