ଆହତ ହେଟାବାଘ ଉଦ୍ଧାର

କାଲିମେଳା,୫।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ସଦର ମହକୁମା କାଲିମେଳା ପଡ଼ିଆ ମୁୁଖ୍ୟ ରାସ୍ତାର ପୁସୁଗୁଡ଼ାଠାରୁ ଏକ ହେଟାବାଘ ଉଦ୍ଧାର କରାଯାଇଛି। କୌଣସି ଗାଡ଼ି ଧକ୍କାରେ ବାଘଟି ଆହତ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ବନବିଭାଗ କର୍ମଚାରୀ ହେଟାବାଘକୁ ଧରି ଚିକିତ୍ସା ଲାଗି କାଲିମେଳା ଚିକିତ୍ସାଳୟ ନେଇଥିବା ଜଣାପଡ଼ିଛି।