ଆସୁଛି ଲଘଚାପ: ଏହି ଦିନଠାରୁ ଛେଚିବ ବର୍ଷା

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ):ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‌ ପକ୍ଷରୁ ସଙ୍କେତ ମିଳିଥିବାବେଳେ ଲଘୁଚାପର ତୀବ୍ରତା ଓ ଗତିପଥ ସ୍ପଷ୍ଟ କରାଯାଇ ନାହିଁ। ତେବେ ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରଫ୍‌ଲାଇନ୍‌ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ୧୧ରେ ଟ୍ରଫ୍‌ଲାଇନ୍‌ ଦୁର୍ବଳ ହେବା ପରେ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଫଳରେ ସାରା ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବାବେଳେ କିଛି ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ ଏହିସବୁ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ ଘଣ୍ଟାପ୍ରତି ୩୦ ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା। ମାଲକାନଗିରି ଜିଲାରେ ସର୍ବାଧିକ ୩୯.୬ ଡିଗ୍ରୀ ଛୁଇଁଥିବାବେଳେ ଫୁଲବାଣୀ ୩୮.୫, ଚାନ୍ଦବାଲି ୩୬.୨, ଭୁବନେଶ୍ୱର ଓ ଅନୁଗୋଳ ୩୬.୧ ଡିଗ୍ରୀ, ନୂଆପଡ଼ା, ଖୋର୍ଦ୍ଧା ଓ ତାଳଚେର ୩୬, ନୟାଗଡ଼ ୩୫.୮, ଜଗତ୍‌ସିଂହପୁର ଓ ପାରଳାଖେମୁଣ୍ଡି ୩୫.୬, ଭଦ୍ରକ ୩୫.୫, ଝାରସୁଗୁଡା ଓ ଜଗତ୍‌ସିଂହପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ନୂଆ ସରକାରଙ୍କୁ ନେଇ ସସପେନ୍ସ ଜାରି! ବିଜୟଙ୍କ ସାମ୍ନାରେ ସର୍ତ୍ତ ପରେ ସର୍ତ୍ତ

ଚେନ୍ନାଇ,୯।୫: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତା ବିଜୟଙ୍କ ଦଳକୁ ସମର୍ଥନ ଦେବା ପୂର୍ବରୁ, ତାମିଜାଗା ଭେଟ୍ରି କାଝାଗମ (ଟିଭିକେ), ଥୋଲ…

ଜାହାଜରୁ ତେଲ ନେଇ ସମୁଦ୍ରରେ ଯାଉଥିଲା ଡଙ୍ଗା, ଧରିଲା ପାଟ୍ରୋଲିଂ ପୋଲିସ, ଡଙ୍ଗାରୁ ଡେଇଁ…

ପାରାଦୀପ,୯ା୫(ଶରତ ରାଉତ): ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରିଛି। ଉକ୍ତ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ଲିଟର…

ପୁଅ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି କହିଦେଲେ ଶୁଭେନ୍ଦୁଙ୍କ ମା’, ଇଲିଶି ମାଛ…

କୋଲକାତା,୯।୫: ଶନିବାର ଦିନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ଏହି ପଦବୀ ହାସଲ କରିବାରେ ପ୍ରଥମ ଭାଜପା…

ଚେକ୍‌ ବାଉନ୍ସ ମାମଲା: ଦୁଇଗୁଣା ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଲେ ଅଭିଯୁକ୍ତଙ୍କୁ…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି ଭିୟେନା ନାୟକ ଏକ ଚେକ୍‌ ବାଉନ୍ସ ମାମଲା ବିଚାର କରି ଅଭିଯୁକ୍ତ ରଞ୍ଜନ ସ୍ବାଇଁଙ୍କୁ ଏକ ବର୍ଷ କାରାଦଣ୍ଡ…

ବଲିଉଡର ବାସ୍ତବତା ଉପରୁ ପରଦା ଅମିଷା ପଟେଲ: କଲେ ଚାଞ୍ଚଲ୍ୟକର ଖୁଲାସା

ପୁଣି ଚର୍ଚ୍ଚାରେ ‘ଗଦର ଗର୍ଲ’ ଅମିଷା ପଟେଲ। କୌଣସି ନୂଆ ଫିଲ୍ମ ପାଇଁ ନୁହେଁ, ବରଂ ନିଜ ମନ୍ତବ୍ୟ ପାଇଁ। ‘କହୋ ନା… ପ୍ୟାର ହୈ’ ଏବଂ…

ଆସୁଛି ଲଘୁଚାପ; ଏହି ଜିଲାରେ ହୋଇପାରେ ପ୍ରବଳ ବର୍ଷା, ଓଡ଼ିଶାରେ…

ଭୁବନେଶ୍ବର,୯ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତ୍ତନଠାରୁ ଦେଢ଼ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ ଦିନରେ ଏହା ଆହୁରି ଘନୀଭୂତ…

ମାସକୁ ଏତିକି ଟଙ୍କା ଦରମା ପାଇବେ ଶୁଭେନ୍ଦୁ ଅଧିକାରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲକାତା,୯।୫: ପଶ୍ଚିମବଙ୍ଗର ଜଣେ ନୂତନ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭାଜପାର ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏବେ ସବୁଠାରୁ ବଡ଼ ପ୍ରଶ୍ନ…

ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼, ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଗଜପତି,୯ା୫(ଗିରିଧାରୀ ପରିଚ୍ଛା): ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼ ଆସିଛି। ଓଡ଼ିଶା ଜନଗଣନା ଅଧିକାରୀଙ୍କୁ ବିରୋଧ କରୁଛନ୍ତି ଆନ୍ଧ୍ର ସପକ୍ଷବାଦୀ ଲୋକ। ଗାଁରେ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri