ଆସୁଛି ରଥଯାତ୍ରା, ଭାଙ୍ଗିଛି ମଠବାଡ଼ି: ହୀନସ୍ତା ହେବେ ସାଧୁସନ୍ଥ, ଶ୍ରଦ୍ଧାଳୁ

ପୁରୀ ଅଫିସ, ୨୭ା୬: ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମେତ ବହୁ ସାଧୁସନ୍ଥ ଆସିବେ। ହେଲେ ଚଳିତବର୍ଷ ଏମାନେ ଆଶ୍ରୟ ନେବାକୁ ହୀନସ୍ତା ହେବା ଜଳ ଜଳ ଦିଶୁଛି। ବାତ୍ୟାରେ ଭାଙ୍ଗିଯାଇଥିବା ପୁରୀର ମଠବାଡ଼ି ଏ ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବାବେଳେ ସମ୍ବଳ ଅଭାବରୁ ନିଜସ୍ବ ଉଦ୍ୟମରେ ମଠଗୁଡ଼ିକୁ ସଜାଡ଼ି ପାରୁନାହାନ୍ତି ମଠାଧୀଶ। ତେଣୁ ରଥଯାତ୍ରାକୁ ଦୃଷ୍ଟିରେ ରଖି ନିଖିଳ ଉତ୍କଳ ମଠ, ମନ୍ଦିରାଧୀଶ ସେବା ସଂଘ ପକ୍ଷରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ମାରକପତ୍ର ଦିଆଯିବା ସହ ଆଇନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ପ୍ରତିବର୍ଷ ରଥଯାତ୍ରାରେ ଶ୍ରୀକ୍ଷେତ୍ର ଆସିଥାନ୍ତି ଦେଶବିଦେଶର ଶ୍ରଦ୍ଧାଳୁ। ଭାରତର ବିଭିନ୍ନ ରାଜ୍ୟର ସାଧୁସନ୍ଥ ମଧ୍ୟ ଏହି ମାଟିରେ ପାଦ ପକାଇଥାନ୍ତି। ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଏଠାରେ ଶ୍ରଦ୍ଧାଳୁ, ସାଧୁସନ୍ଥଙ୍କ ଗହଳି ଲାଗେ। ଆଧ୍ୟାତ୍ମିକ ପରିବେଶରେ ଉଛୁଳିପଡ଼େ ବଡ଼ଦାଣ୍ଡ। ସମସ୍ତଙ୍କୁ ଆତିଥେୟତାର ଡୋରିରେ ବାନ୍ଧିଥାଏ ପୁରୁଷୋତ୍ତମ କ୍ଷେତ୍ର। ଏହି ସମୟରେ ଅନେକ ଶ୍ରଦ୍ଧାଳୁ ମଠବାଡ଼ି, ଧର୍ମଶାଳା ପ୍ରଭୃତିରେ ରହିଥାନ୍ତି। ଅନେକ ଲୋକ ନିଜ ଗୁରୁମଠରେ ଅବସ୍ଥାନ କରିଥାନ୍ତି। ସାଧୁସନ୍ଥ ଆସିଲେ ବିଭିନ୍ନ ମଠରେ ଆଶ୍ରୟ ନେଇଥାନ୍ତି। ମଠରେ ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରାଯାଏ। କେତେକ ମଠର ମଠାଧୀଶ ମଧ୍ୟ ଶ୍ରଦ୍ଧାଳୁଙ୍କ ଖାଦ୍ୟପେୟ କଥା ବୁଝିଥାନ୍ତି। ଘରକୁ ଫେରିବାବେଳେ ଯିଏ ଯାହା ସ୍ବଇଚ୍ଛାରେ ମଠକୁ ଦାନ କରିଥାନ୍ତି। ମଧ୍ୟବିତ୍ତ ଓ ଆର୍ଥିକ ଦୃଷ୍ଟିକୋଣରୁ ଅସ୍ବଚ୍ଛଳ ଲୋକଙ୍କ ପାଇଁ ମଠବାଡ଼ି ବେଶ୍‌ ସହାୟକ ହୋଇଥାଏ। ହେଲେ ଏବେ ମଠଗୁଡ଼ିକ ଦେବାଳିଆ ହୋଇଯାଇଛନ୍ତି। ବାତ୍ୟା ଫନୀରେ ଅନେକ ମଠ ଭାଙ୍ଗିରୁଜି ଯାଇଛି। ଫଳରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇବା ନେଇ ଚିନ୍ତା ବଢିଛି। ନେବଳ ଦାସ ମଠ ମହନ୍ତ ଡ. ରାମଚରଣ ଦାସଙ୍କ ସୂଚନା ମୁତାବକ, ବାତ୍ୟାରେ ଶ୍ରୀକ୍ଷେତ୍ରର ପ୍ରାୟ ୪୦ରୁ ଅଧିକ ମଠ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ମଠର ଏକାଧିକ ଘର ଭାଙ୍ଗିଯାଇଛି। ପୂର୍ବରୁ ରଥଯାତ୍ରା ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଠ, ମନ୍ଦିର, ଧର୍ମଶାଳାରେ ରହିବାକୁ ପସନ୍ଦ କରିଥାନ୍ତି। କାରଣ ହୋଟଲରେ ରହିବା ପାଇଁ ସେମାନଙ୍କର ସମ୍ବଳ ନ ଥାଏ। ତେଣୁ ମଠରେ ରହି ଘୋଷଯାତ୍ରାଠୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସବୁ ଦର୍ଶନ କରିଥାନ୍ତି। ସେହିପରି ଦ୍ୱାରକା, ହରିଦ୍ୱାର, ବୃନ୍ଦାବନ ପ୍ରଭୃତି ସ୍ଥାନରୁ ସାଧୁସନ୍ଥମାନେ ରଥଯାତ୍ରା ଦେଖିବାକୁ ପୁରୀ ଆସିଥାନ୍ତି। ସେମାନେ ବାହାରେ କେଉଁଠି ଖାଆନ୍ତି ନାହିଁ। ତେଣୁ ବିଭିନ୍ନ ମଠରେ ରହିଥାନ୍ତି। ମଠ ମହନ୍ତମାନେ ସେମାନଙ୍କ ରହିବା, ଖାଇବା ଇତ୍ୟାଦି ବୁଝିଥାନ୍ତି। ହେଲେ ଚଳିତବର୍ଷ ମଠଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ ସମସ୍ୟା ଉପୁଜିଛି।
ଇତିମଧ୍ୟରେ ବାତ୍ୟାର ଦେଢମାସ ବିତିଗଲାଣି। ମାତ୍ର ଏପର୍ଯ୍ୟନ୍ତ ମଠଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଗତ ୨୪ତାରିଖରେ ନିଖିଳ ଉତ୍କଳ ମଠ, ମନ୍ଦିରାଧୀଶ ସେବା ସଂଘ ପକ୍ଷରୁ ଆଇନମନ୍ତ୍ରୀ ଏବଂ ସଚିବଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ସଂଘ କାର୍ଯ୍ୟକାରୀ ସଭାପତି ମହନ୍ତ ଡ. ରାମଚରଣ ଦାସ ମହାରାଜ, ସମ୍ପାଦକ ମହନ୍ତ ବିଜୟ ରାମାନୁଜ ଦାସ, ଉପସଭାପତି ମହନ୍ତ ନାରାୟଣ ରାମାନୁଜ ଦାସ, କୋଷାଧ୍ୟକ୍ଷ ମହନ୍ତ ରାମକୃଷ୍ଣ ଦାସ ମହାରାଜ ପ୍ରମୁଖ ଏହି ସ୍ମାରକପତ୍ର ଦେଇଥିଲେ। ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ ଅଦ୍ୟାବଧି ପ୍ରଶାସନିକ ତଦନ୍ତ ହୋଇନାହିଁ କି ସହାୟତା ମିଳିନାହିଁ। ତେଣୁ ରଥଯାତ୍ରାରେ ମଠାଧୀଶମାନେ ସାଧୁସନ୍ଥ, ଭକ୍ତଙ୍କୁ କିପରି ଆତିଥେୟତା ଦେବେ ଓ ମହାପ୍ରଭୁଙ୍କ ସେବା ସହ ଜଡ଼ିତ ମଠଗୁଡ଼ିକ କିପରି ସେବା ଯୋଗାଇବେ ତାହା ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri