ଆସିଲା ଡେଙ୍ଗୁ, ଏଡିଶ ମଶାକୁ ଭୟ

ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି ବଢିଯାଇଛି। କେଉଁଠି ନାଳ ଚୋକ ହୋଇ ରହିଛି ତ ଆଉ କେଉଁଠି ଅଳିଆ ଆବର୍ଜନା ପଡ଼ିରହି ନାନା ରୋଗର କାରଣ ସାଜୁଛି। ବର୍ଷା ଋତୁ ଆସିଯାଇଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଛି। ଅବଶ୍ୟ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଜିଲାରେ ୨୩ ରୋଗୀଙ୍କୁ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ଜିଲାରେ ୨୦୧୩ ରୁ ୨୦୧୯ ଅଗଷ୍ଟ ୫ ତାରିଖ ସୁଦ୍ଧା ୯୩୪ ଡେଙ୍ଗୁ ପଜିଟିଭ ରୋଗୀ ଚିହ୍ନଟ ହୋଇସାରିଛନ୍ତି ବୋଲି ସିଡ଼ିଏମ୍‌ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ସହରରେ ପ୍ରାୟ ୪୦ ଆପାର୍ଟମେଣ୍ଟ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି ବୋଲି ଜିଲା ମ୍ୟାଲେରିଆ ଅଧିକାରୀ ଡା.ଆର.ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଆପାର୍ଟମେଣ୍ଟକୁ ଏହି ଟିମ୍‌ ଯାଇ ସେଠାରେ ଦୀର୍ଘଦିନ ଧରି ଜମି ରହୁଥିବା ପାଣିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାରେ ୨୦୧୨ରେ ଡେଙ୍ଗୁ ଜ୍ୱର ଉତ୍କଟ ରୂପ ଧାରଣ କରିଥିଲା। ଏହି ବର୍ଷ ମୋଟ ୫୩୩ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏମ୍‌କେସିଜି ମେଡିକାଲ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ବର୍ଷା ହେଲା ମାତ୍ରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଥିଲା। ବିଶେଷକରି ଦୀର୍ଘଦିନ ଧରି ଜମାହୋଇ ରହୁଥିବା ପାଣିରୁ ଡେଙ୍ଗୁ ରୋଗର ବାହକ ଏଡିଶ ମଶା ସୃଷ୍ଟି ହୋଇଥାଏ। ବର୍ଷା ଦିନେ ସହରର ବିଭିନ୍ନ ସ୍ଥାନରେ ପଡି ରହୁଥିବା ଟାୟାର, ପଲିଥିନ, ପଇଡ଼ ଖୋଳପା ଓ ଭଙ୍ଗା ବାଲଟି ପ୍ରଭୃତି ସାମଗ୍ରୀରେ ପାଣି ଜମା ହୋଇ ରହିଥାଏ। ସାଧାରଣତଃ ଲୋକମାନଙ୍କ ଏହା ଉପରେ ଦୃଷ୍ଟି ପଡେ ନାହିଁ। ଏଭଳି ସାମଗ୍ରୀରେ ଦୀର୍ଘଦିନ ଧରି ପାଣି ଯେପରି ଜମି ନ ରହିବ ସେ ଦିଗରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ସହରରେ ଜଳ ସମସ୍ୟା ଯୋଗୁ ଲୋକମାନେ ବଡ ବାଲଟି, ଡ୍ରମରେ ପାଣି ଗଛିତ ରଖିଥାନ୍ତି। ସେଥିରେ ମଧ୍ୟ ଦୀର୍ଘଦିନ ଧରି ପାଣି ରହିବା ଯୋଗୁ ସେଥିରେ ଏଡ଼ିଶ ମଶା ସୃଷ୍ଟି ହେବାର ଭୟ ରହିଛି। ଏଥିପ୍ରତି ଧ୍ୟାନ ଦେଇ ଦୀର୍ଘଦିନ ପର୍ଯ୍ୟନ୍ତ ଡ୍ରମରେ ପାଣି ଜମା କରି ନ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣଙ୍କୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ଡ଼ମ୍ପିଂ ପଏଣ୍ଟ ରହିଥିବା ବେଳେ ତାହା ଠିକ୍‌ ଭାବେ ସଫା କରାଯାଉନାହିଁ। ଫଳରେ ସେଠାରେ ପାଣି ଜମି ରହୁଛି। ଏଣୁ ସେଥିରେ ମଧ୍ୟ ଏଡିସ ମଶା ଜନ୍ମ ହେବାର ଆଶଙ୍କା ରହିଛି। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମା ଚୋକ ହୋଇ ରହିବା ଯୋଗୁ ଏହି ରୋଗର ବାହକ ଏଡିଶ୍‌ ମଶା ସୃଷ୍ଟି ହେବାର ସମ୍ଭାବନା ରହିଛି। ମହାନଗର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏହା ସହିତ ଟିଫା ମେଶିନରେ ମଶା ମରା ଅଭିଯାନ ତ୍ୱରାନ୍ବିିତ କରିବାକୁ ଦାବି ହେଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ ଓ ସିଟି ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ଲକସ୍ତରରେ ପିଏଚସି ଗୁଡିକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଆବଶ୍ୟକ ସଚେତନ ଓ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯାଇ ପାରିଲେ ଡେଙ୍ଗୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସିଡ଼ିଏମଓ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୨୦୧୨ ପରେ ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri