ଆସିବ ନୂଆ ପର୍ଯ୍ୟଟନ ନୀତି: କରୋନାଜନିତ ସମସ୍ୟା ଦୂର ଉପରେ ଫୋକସ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଣିବ ନୂଆ ପର୍ଯ୍ୟଟନ ନୀତି। କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଲାଗି ପର୍ଯ୍ୟଟନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଟୁରିଜମ୍‌ ପଲିସି ବା ପର୍ଯ୍ୟଟନ ନୀତିରେ ସଂଶୋଧନ କରାଯିବ। ଫିକି ପକ୍ଷରୁ ଆୟୋଜିତ ନ୍ୟାଶନାଲ ଓ୍ବେବିନାରରେ ଅଂଶଗ୍ରହଣ କରି ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ଗୁରୁବାର ଏନେଇ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ଶିଳ୍ପକୁ ସଜାଡିବା ପାଇଁ ସ୍ବଳ୍ପ, ମଧ୍ୟମ ଓ ଦୀର୍ଘ ମିଆଦୀ ଖସଡା ପ୍ରସ୍ତୁତ କରାଯିବ। ସ୍ବଳ୍ପ ମିଆଦୀ ଖସଡା କାର୍ଯ୍ୟକାରୀ ଲାଗି ରାଜ୍ୟ ସରକାର ଇତିମଧ୍ୟରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ସମ୍ପତ୍ତିର ଟିକସ, ବିଦ୍ୟୁତ୍‌ ବିଲ୍‌ ଓ ଅବକାରୀ ଲାଇସେନ୍ସ ଫି’ ଆଦି ଉପରେ ରିହାତି ଦେବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଦାବି ଉପସ୍ଥାପନ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ହୋମ୍‌ ଷ୍ଟେ, ହେରିଟେଜ୍‌ ହୋମ୍‌ ଆଦି ଉପରୁ ଟିକସ ବୋଝ ହାଲୁକା କରିବା ପାଇଁ ମଧ୍ୟ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ସେହିଭଳି ମଧ୍ୟମ ମିଆଦୀ ଯୋଜନାରେ ପର୍ଯ୍ୟଟନ ଶିଳ୍ପର ଲାଇସେନ୍ସ ଅବଧିକୁ ଏକାଥରକେ ୫ବର୍ଷ ବୃଦ୍ଧି କରିବାକୁ ଆଲୋଚନା କରାଯାଉଥିବା ସଚିବ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଆଗାମୀ ଦିନରେ ଯେଉଁ ନୂଆ ଯୋଜନା ପ୍ରସ୍ତୁତ କରିବେ ସେଥିରେ ଐତିହାସିକ କୀର୍ତ୍ତିରାଜି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ପ୍ରାଚୀନ ରାଜପ୍ରସାଦଗୁଡିକରେ ପର୍ଯ୍ୟଟକମାନେ ରହିପାରିବା ଭଳି ଯୋଜନାକୁ ପ୍ରୋତ୍ସାହିତ କରାଯିବ। ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ମୋଟ ୧୩ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ଚିହ୍ନଟ କରାଯାଇଥିବାବେଳେ ସେଠାରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ବିକାଶ ହେବ। ଓଡିଆ ଖାଦ୍ୟ ଭିତ୍ତିକ ପର୍ଯ୍ୟଟନ ତଥା ଫୁଡ୍‌ ଟୁରିଜମ୍‌କୁ ପ୍ରୋତ୍ସାହନ ଦେବାପାଇଁ ପଦକ୍ଷେପ ନିଆଯିବ ବୋଲି ବିଶାଲ ଦେବ ଏହି ଓ୍ବେବିନାରରେ ସୂଚନା ଦେଇଛନ୍ତି। ଓଡ଼ିଆ ଖାଦ୍ୟର ସ୍ବତନ୍ତ୍ର ପରିଚୟ ରହିଛି। ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବା ମହାପ୍ରସାଦ ବେଶ୍‌ ସ୍ବାସ୍ଥ୍ୟପ୍ରଦ। ଏହି ମହାପ୍ରସାଦ ପାଇଁ ଦେଶ ଓ ବିଦେଶରେ ବିଶେଷ ଆଗ୍ରହ ରହିଛି। ତେଣୁ ଓଡିଆ ଖାଦ୍ୟକୁ ଯେପରି ପର୍ଯ୍ୟଟନ ଶିଳ୍ପ ସହିତ ଯୋଡାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ସେହିଭଳି ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଗାଇଡ୍‌, ଫଟୋଗ୍ରାଫର, ବୋଟ୍‌ ଚାଳକ ପ୍ରମୁଖଙ୍କୁ ସହାୟତା ଦିଆଯିବା ଉପରେ ବିଚାର ବିମର୍ଶ ହେଉଛି। ନୌକାବିହାରକୁ ପ୍ରୋତ୍ସାହନ ଦେବାପାଇଁ କାଠ ଡଙ୍ଗାଗୁଡିକୁ ଫାଇବର
ବୋଟ୍‌ରେ ପରିଣତ କରିବା ଲାଗି ରାଜ୍ୟ ସରକାର ବୋଟ୍‌ ମାଲିକମାନଙ୍କୁ ଆବଶ୍ୟକ ଅର୍ଥର ୯୦ ପ୍ରତିଶତ ପ୍ରଦାନ କରିବାପାଇଁ ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁକୂଳ ପରିବେଶକୁ ଦୃଷ୍ଟିରେ ରଖି ଗ୍ଲାମରସ୍‌ କ୍ୟାମ୍ପିଂ ବା ଗ୍ଲାମ୍ପିଂ ଇଭେଣ୍ଟ୍‌ସର ଆୟୋଜନ କରାଯିବାକୁ ଯୋଜନା ରହିଛି। ଆଗାମୀ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ପର୍ଯ୍ୟଟକଙ୍କ ଉପରେ ଫୋକସ୍‌ ରହିବ। ଲୋକେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯେଭଳି ସହଜରେ ଯାଇପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ପରସ୍ପର ସହ ସହଯୋଗ ରକ୍ଷାକରିବାକୁ ସଚିବ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri