ଆସିବ ନୂଆ ପର୍ଯ୍ୟଟନ ନୀତି: କରୋନାଜନିତ ସମସ୍ୟା ଦୂର ଉପରେ ଫୋକସ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଣିବ ନୂଆ ପର୍ଯ୍ୟଟନ ନୀତି। କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଲାଗି ପର୍ଯ୍ୟଟନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଟୁରିଜମ୍‌ ପଲିସି ବା ପର୍ଯ୍ୟଟନ ନୀତିରେ ସଂଶୋଧନ କରାଯିବ। ଫିକି ପକ୍ଷରୁ ଆୟୋଜିତ ନ୍ୟାଶନାଲ ଓ୍ବେବିନାରରେ ଅଂଶଗ୍ରହଣ କରି ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ଗୁରୁବାର ଏନେଇ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ଶିଳ୍ପକୁ ସଜାଡିବା ପାଇଁ ସ୍ବଳ୍ପ, ମଧ୍ୟମ ଓ ଦୀର୍ଘ ମିଆଦୀ ଖସଡା ପ୍ରସ୍ତୁତ କରାଯିବ। ସ୍ବଳ୍ପ ମିଆଦୀ ଖସଡା କାର୍ଯ୍ୟକାରୀ ଲାଗି ରାଜ୍ୟ ସରକାର ଇତିମଧ୍ୟରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ସମ୍ପତ୍ତିର ଟିକସ, ବିଦ୍ୟୁତ୍‌ ବିଲ୍‌ ଓ ଅବକାରୀ ଲାଇସେନ୍ସ ଫି’ ଆଦି ଉପରେ ରିହାତି ଦେବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଦାବି ଉପସ୍ଥାପନ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ହୋମ୍‌ ଷ୍ଟେ, ହେରିଟେଜ୍‌ ହୋମ୍‌ ଆଦି ଉପରୁ ଟିକସ ବୋଝ ହାଲୁକା କରିବା ପାଇଁ ମଧ୍ୟ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ସେହିଭଳି ମଧ୍ୟମ ମିଆଦୀ ଯୋଜନାରେ ପର୍ଯ୍ୟଟନ ଶିଳ୍ପର ଲାଇସେନ୍ସ ଅବଧିକୁ ଏକାଥରକେ ୫ବର୍ଷ ବୃଦ୍ଧି କରିବାକୁ ଆଲୋଚନା କରାଯାଉଥିବା ସଚିବ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଆଗାମୀ ଦିନରେ ଯେଉଁ ନୂଆ ଯୋଜନା ପ୍ରସ୍ତୁତ କରିବେ ସେଥିରେ ଐତିହାସିକ କୀର୍ତ୍ତିରାଜି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ପ୍ରାଚୀନ ରାଜପ୍ରସାଦଗୁଡିକରେ ପର୍ଯ୍ୟଟକମାନେ ରହିପାରିବା ଭଳି ଯୋଜନାକୁ ପ୍ରୋତ୍ସାହିତ କରାଯିବ। ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ମୋଟ ୧୩ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ଚିହ୍ନଟ କରାଯାଇଥିବାବେଳେ ସେଠାରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ବିକାଶ ହେବ। ଓଡିଆ ଖାଦ୍ୟ ଭିତ୍ତିକ ପର୍ଯ୍ୟଟନ ତଥା ଫୁଡ୍‌ ଟୁରିଜମ୍‌କୁ ପ୍ରୋତ୍ସାହନ ଦେବାପାଇଁ ପଦକ୍ଷେପ ନିଆଯିବ ବୋଲି ବିଶାଲ ଦେବ ଏହି ଓ୍ବେବିନାରରେ ସୂଚନା ଦେଇଛନ୍ତି। ଓଡ଼ିଆ ଖାଦ୍ୟର ସ୍ବତନ୍ତ୍ର ପରିଚୟ ରହିଛି। ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବା ମହାପ୍ରସାଦ ବେଶ୍‌ ସ୍ବାସ୍ଥ୍ୟପ୍ରଦ। ଏହି ମହାପ୍ରସାଦ ପାଇଁ ଦେଶ ଓ ବିଦେଶରେ ବିଶେଷ ଆଗ୍ରହ ରହିଛି। ତେଣୁ ଓଡିଆ ଖାଦ୍ୟକୁ ଯେପରି ପର୍ଯ୍ୟଟନ ଶିଳ୍ପ ସହିତ ଯୋଡାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ସେହିଭଳି ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଗାଇଡ୍‌, ଫଟୋଗ୍ରାଫର, ବୋଟ୍‌ ଚାଳକ ପ୍ରମୁଖଙ୍କୁ ସହାୟତା ଦିଆଯିବା ଉପରେ ବିଚାର ବିମର୍ଶ ହେଉଛି। ନୌକାବିହାରକୁ ପ୍ରୋତ୍ସାହନ ଦେବାପାଇଁ କାଠ ଡଙ୍ଗାଗୁଡିକୁ ଫାଇବର
ବୋଟ୍‌ରେ ପରିଣତ କରିବା ଲାଗି ରାଜ୍ୟ ସରକାର ବୋଟ୍‌ ମାଲିକମାନଙ୍କୁ ଆବଶ୍ୟକ ଅର୍ଥର ୯୦ ପ୍ରତିଶତ ପ୍ରଦାନ କରିବାପାଇଁ ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁକୂଳ ପରିବେଶକୁ ଦୃଷ୍ଟିରେ ରଖି ଗ୍ଲାମରସ୍‌ କ୍ୟାମ୍ପିଂ ବା ଗ୍ଲାମ୍ପିଂ ଇଭେଣ୍ଟ୍‌ସର ଆୟୋଜନ କରାଯିବାକୁ ଯୋଜନା ରହିଛି। ଆଗାମୀ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ପର୍ଯ୍ୟଟକଙ୍କ ଉପରେ ଫୋକସ୍‌ ରହିବ। ଲୋକେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯେଭଳି ସହଜରେ ଯାଇପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ପରସ୍ପର ସହ ସହଯୋଗ ରକ୍ଷାକରିବାକୁ ସଚିବ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri