ଆସିବ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାର ଦେଶରେ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’ ଯୋଜନା ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ନିଜ ପସନ୍ଦ ମୁତାବକ ଡିଲରଙ୍କଠାରୁ ନିଜର କୋଟା ମୁତାବକ ଖାଦ୍ୟଶସ୍ୟ ପାଇପାରିବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଗୁରୁବାର ପ୍ରକାଶ କରିଛନ୍ତି।
ରାଜ୍ୟ ଖାଦ୍ୟ ଓ ଯୋଗାଣ ସଚିବ, ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଫ୍‌ସିଆଇ), ସେଣ୍ଟ୍ରାଲ ଓ୍ବେର୍‌ହାଉସିଂ କର୍ପୋରେଶନ(ସିଡବ୍ଲ୍ୟୁସି) ଏବଂ ଷ୍ଟେଟ୍‌ ଓ୍ବେର୍‌ହାଉସିଂ କର୍ପୋରେଶନ(ଏସ୍‌ଡବ୍ଲ୍ୟୁସି)ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏଠାରେ ଆୟୋଜିତ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ଛଳରେ ପାଶ୍ୱାନ ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି। ଜାରତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତାକୁ ଅଧିକ କ୍ରିୟାଶୀଳ କରିବା, ଏଣ୍ଡ୍‌-ଟୁ-ଏଣ୍ଡ୍‌ କମ୍ପ୍ୟୁଟରୀକରଣ, ଗୋଦାମରେ ଖାଦ୍ୟଶସ୍ୟ ରଖିବାରେ ସ୍ବଚ୍ଛତା ଅବଲମ୍ବନ ଏବଂ ଏଫ୍‌ସିଆଇ, ସିଡବ୍ଲ୍ୟୁସି ଓ ଏସ୍‌ଡବ୍ଲ୍ୟୁସି ଡିପୋ ମଧ୍ୟରେ ଅନ୍‌ଲାଇନ ବ୍ୟବସ୍ଥା କରିବା ଦ୍ୱାରା ତାଳମେଳ ସ୍ଥାପନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ବୈଠକରେ ‘ଏକ ରାଷ୍ଟ୍ର , ଏକ ରାଶନ କାର୍ଡ’ ପ୍ରଚଳନ ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ହିତାଧିକାରୀ ଗୋଟିଏ ନିର୍ଦ୍ଦିଷ୍ଟ ରାଶନ ଦୋକାନ ସହ ଜଡ଼ିତ ରହିବାକୁ ବାଧ୍ୟ ରହିବେ ନାହିଁ। ଫଳରେ ଦୁର୍ନୀତିକୁ ରୋକାଯାଇପାରିବ। ଅନ୍ୟରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକମାନେ ଏହାଦ୍ୱାରା ଉପକୃତ ହେବେ। ସେମାନେ ନିଜ ଘରଠାରୁ ଦୂରରେ ଯେକୌଣସି ସ୍ଥାନରୁ ପଡିକାର୍ଡ ଜରିଆରେ ରାଶନ ଉଠାଇପାରିବେ। ଏହାଦ୍ୱାରା ସେମାନଙ୍କ ଖାଦ୍ୟ ସୁରକ୍ଷା ବଜାୟ ରହିପାରିବ। ଏଭଳି ସମନ୍ବିତ ପିଡିଏସ୍‌ ବ୍ୟବସ୍ଥା ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ନାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଏବଂ ତ୍ରିପୁରାରେ ପ୍ରଚଳନରେ ରହିଛି। ବୈଠକରେ ଉପସ୍ଥିତ ଅନ୍ୟ ରାଜ୍ୟମାନେ ଏଭଳି ନୂଆ ବ୍ୟବସ୍ଥା ଆପଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଆସନ୍ତା ୨ ମାସ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯଥାସାଧ୍ୟ ପ୍ରୟାସ ଜାରି ରହିଛି। କେନ୍ଦ୍ର ସ୍ତରରେ ସମସ୍ତ ପିଡିଏସ୍‌ କାର୍ଡର ତଥ୍ୟ ସାଇତି ରଖିବାକୁ ବ୍ୟବସ୍ଥା କରାଯିବ। ଦୁର୍ନୀତିକୁ ରୋକିବା ଉଦ୍ଦେଶ୍ୟରେ ଖାଦ୍ୟଶସ୍ୟ କିଣିବାଠାରୁ ଆରମ୍ଭ କରି ଏହାର ବଣ୍ଟନ ପର୍ଯ୍ୟନ୍ତ ସବୁକିଛି ପାଇଁ ଟେକ୍ନୋଲୋଜିର ସହାୟତା ନିଆଯିବ ବୋଲି ପାଶ୍ୱାନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri