ଜମି ପାଇଁ ଗୋଦ୍‌ରେଜ ପରିବାରରେ ଫାଟ

ନୂଆଦିଲ୍ଲୀ,୨୮-୬: ଦେଶର ଧନୀ ବ୍ୟବସାୟୀ ପରିବାର ମଧ୍ୟରେ ଗଣାଯାଉଥିବା ଗୋଦ୍‌ରେଜ ପରିବାରରେ ଏବେ ଫାଟ ସୃଷ୍ଟି ହୋଇଛି। ଜମି ଭାଗବଣ୍ଟାକୁ ନେଇ ଏବେ ଏହି ପରିବାର ଦିଫାଳ ହେବାକୁ ବସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ମୁମ୍ବାଇର ବିଖରୌଲିସ୍ଥିତ ୧୦୦୦ ଏକର ଜମିର ବ୍ୟବସାୟିକ ବ୍ୟବହାରକୁ ନେଇ ବିବାଦ ଉପୁଜିଛି। ଏହି ଜମିର ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆଦି ଗୋଦ୍‌ରେଜ ଓ ତାଙ୍କ ଭାଇ ନାଦିର ଗୋଦ୍‌ରେଜ ଗ୍ରୁପ୍‌ କମ୍ପାନୀ ଗୋଦ୍‌ରେଜ ପ୍ରପର୍ଟିଜ କମ୍ପାନୀ ଜରିଆରେ ଏହାକୁ ଡେଭଲପ୍‌ କରିବାକୁ ଚାହୁଁଛନ୍ତି। କାରଣ ଏହାକୁ ଡେଭଲପ୍‌ କରାଗଲେ ଏଥିରେ ୧ ଲକ୍ଷ କୋଟି ଟଙ୍କାର ରିଏଲ ଇଷ୍ଟେଟ୍‌ ନିର୍ମାଣ କରାଯାଇପାରିବ ବୋଲି ସେମାନେ ଯୁକ୍ତି ଦର୍ଶାଉଛନ୍ତି। ଅନ୍ୟପକ୍ଷରେ ତାଙ୍କର ଦାଦା ପୁଅ ଭାଇ ଜାମସେଦ ଗୋଦ୍‌ରେଜ ଏହାର ବାଣିଜି୍ୟକ ବ୍ୟବହାରକୁ ବିରୋଧ କରୁଛନ୍ତି। ୧୨୨ ବର୍ଷ ପୁରୁଣା ଏହି ଗୋଦ୍‌ରେଜ ପରିବାର ବିବାଦର ସମାଧାନ ଲାଗି ଏବେ ଭିନ୍ନ ଭିନ୍ନ ଆଇନଗତ ଏବଂ ଆର୍ଥିକ କମ୍ପାନୀଙ୍କ ସହାୟତା ଲୋଡିଛନ୍ତି।
ସୂଚନାଯୋଗ୍ୟ ଯେ, ଗୋଦ୍‌ରେଜ ପରିବାରଙ୍କ ନିକଟରେ ହଜାର ହଜାର ଏକର ଜମି ରହିଛି ଓ ସେମାନେ ବହୁ ଇଣ୍ଡଷ୍ଟ୍ରିର ଅଂଶୀଦାର। ମୁମ୍ବାଇରେ ସର୍ବାଧିକ ଜମି ଗୋଦ୍‌ରେଜ ପରିବାରଙ୍କ ନିକଟରେ ରହିଛି। ତାଲା ନିର୍ମାତାରୁ ଚନ୍ଦ୍ରଯାନ ଲାଗି ଲଞ୍ଚ ଭେହିକିଲ ଓ ଲ୍ୟୁନର ଅର୍ବିଟର ନିର୍ମାଣ କରିଥିବା ଗୋଦ୍‌ରେଜ ଗ୍ରୁପ୍‌ ଭବିଷ୍ୟତର କାରବାରକୁ ନେଇ ପ୍ରସ୍ତୁତ ରଣନୀତି ପଥରେ ଆଗେଇ ଚାଲିଛି। ଅଥଚ ପରିବାରର କେତେକ ଏହି ରଣନୀତିକୁ ବିରୋଧ କରୁଛନ୍ତି। ପରିବାର ପକ୍ଷରୁ ଫ୍ୟାମିଲି ଏଗ୍ରିମେଣ୍ଟରେ ସଂଶୋଧନ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛିି। କାରଣ ଭବିଷ୍ୟତର କାରବାର ରଣନୀତିକୁ ନେଇ ବିବାଦ ଉପୁଜିଛି। ଜାମସେଦ ଓ ତାଙ୍କ ବଡ଼ ବାପା ପୁଅ ଆଦି ଓ ନାଦିରଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚିନ୍ତାଧାରାକୁ ନେଇ ମତଭେଦ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଗୋଦ୍‌ରେଜ ଆଣ୍ଡ ବଏସ୍‌ ଅଧ୍ୟକ୍ଷ ଜାମସେଦଙ୍କ ପକ୍ଷରୁ ଜେଏମ୍‌ ଫାଇନାନ୍ସିଆଲର ଭେଟେରାନ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ନିମେଶ କାମ୍ପାନୀ ଏବଂ ଏଜେଡ୍‌ବି ପାର୍ଟନର୍ସର ଓକିଲ ଜିଆ ମୋଦିଙ୍କୁ ଭାଗବଣ୍ଟା ନେଇ ପରାମର୍ଶ ଦେବାକୁ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ଆଦି ଓ ନାଦିର ଗୋଦ୍‌ରେଜଙ୍କ ପକ୍ଷରୁ ବ୍ୟାଙ୍କର ଉଦୟ କୋଟାକ ଓ ସିରିଲ ଅମରଚାନ୍ଦ ମଙ୍ଗଲଦାସ ଆଇନ ପରାମର୍ଶଦାତା କମ୍ପାନୀର ମୁଖ୍ୟ ସିରିଲ ଶ୍ରଫ୍‌ଙ୍କୁ ନିଯୁକ୍ତ କରାଯାଇଛି। ବିଖରୌଲି ଠାରେ ଗ୍ରୁପ୍‌ ନିକଟରେ ୩୪୦୦ ଏକର ଜମି ରହିଛି। ତନ୍ମଧ୍ୟରୁ ୧୦୦୦ ଏକର ଜମିକୁ ନେଇ ଏବେ ବିବାଦ ଉପୁଜିଛି। ଗ୍ରୁପ୍‌ କମ୍ପାନୀରେ ଉଭୟ ଗୋଷ୍ଠୀର ଆଂଶିକ ଶେୟାର ରହିଛି ଏବଂ ଜଣେ ଅନ୍ୟଜଣଙ୍କ କମ୍ପାନୀରେ ନିର୍ଦ୍ଦେଶକ ରହିଛନ୍ତି। ସୂଚନାଥାଉ କି, ୧୮୯୭ରେ ପାର୍ସି ବ୍ୟବସାୟୀ ଆର୍ଦେଶିର ଗୋଦ୍‌ରେଜ ତାଙ୍କ ସାନ ଭାଇ ପିରୋଜଶାଙ୍କୁ ସାଥିରେ ନେଇ ଗୋଦ୍‌ରେଜ ଗ୍ରୁପ କମ୍ପାନୀ ପ୍ରତିଷ୍ଠା କରିଥିଲେ। ତାଲା ନିର୍ମାଣରୁ ସେମାନଙ୍କ ବାଣିଜ୍ୟ ଯାତ୍ରା ଆରମ୍ଭ ହୋଇଥିଲା। ଆର୍ଦେଶିର ନିଃସନ୍ତାନ ଥିବାରୁ ପିରୋଜଶାଙ୍କ ପୁଅମାନେ ବୁର୍‌ଜୋର୍‌, ସୋରାବ,ଦୋସା ଏବଂ ନଓ୍ବଲ ଗ୍ରୁପ୍‌କୁ ପରିଚାଳନା କରୁଥିଲେ।
ଏବେ ଏହି ପରିବାରର ତୃତୀୟ ପିଢ଼ି ବୁରଜୋରଙ୍କ ପୁଅ ଆଦି ଓ ନାଦିର ଏବଂ ନଓ୍ବଲଙ୍କ ପୁଆ ଜାମସେଦ ଓ ସ୍ମିତା ଗ୍ରୁପ୍‌ କମ୍ପାନୀଙ୍କୁ ସମ୍ଭାଳୁଛନ୍ତି। ଆଦିଙ୍କ ୩ ସନ୍ତାନ ତାନ୍ୟା, ନିସାବା, ପିରୋଜଶା ଥିବା ବେଳେ ଜାମସେଦଙ୍କ ୨ ଜଣ ସନ୍ତାନ ରାଇକା ଓ ନଭରୋଜ, ସ୍ମିତାଙ୍କ ଫ୍ରେୟନ ଓ ନାୟରିକା ନାମକ ୨ ସନ୍ତାନ ରହିଛି। ନାଦିରଙ୍କ ମଧ୍ୟ ୩ ସନ୍ତାନ ରହିଛନ୍ତି। ଗୋଦ୍‌ରେଜ ପରିବାର ୧୯୪୦ରେ ବମ୍ବେ ହାଇକୋର୍ଟଙ୍କ ରିସିଭରଙ୍କ ନିକଟରୁ ସମସ୍ତ ଜମି ହାସଲ କରିଥିଲେ। ଏହି ଜମି ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନୀ ନିକଟରେ ଥିଲା, ଯାହାକୁ ଏହି କମ୍ପାନୀ ୧୮୩୦ରେ ଏକ ପାର୍ସି ବ୍ୟବସାୟୀ ଫ୍ରାମ୍‌ଜି ବାନାଜ/ୀଙ୍କୁ ହସ୍ତାନ୍ତର କରିଥିଲେ। ପରେ ୧୯୪୧-୪୨ରେ ଏହି ଜମି ବିକ୍ରି କରାଯାଇଥିଲା, ଯାହାକୁ ଗୋଦ୍‌ରେଜ ପରିବାର କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri