ଆସିବ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାର ଦେଶରେ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’ ଯୋଜନା ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ନିଜ ପସନ୍ଦ ମୁତାବକ ଡିଲରଙ୍କଠାରୁ ନିଜର କୋଟା ମୁତାବକ ଖାଦ୍ୟଶସ୍ୟ ପାଇପାରିବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଗୁରୁବାର ପ୍ରକାଶ କରିଛନ୍ତି।
ରାଜ୍ୟ ଖାଦ୍ୟ ଓ ଯୋଗାଣ ସଚିବ, ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଫ୍‌ସିଆଇ), ସେଣ୍ଟ୍ରାଲ ଓ୍ବେର୍‌ହାଉସିଂ କର୍ପୋରେଶନ(ସିଡବ୍ଲ୍ୟୁସି) ଏବଂ ଷ୍ଟେଟ୍‌ ଓ୍ବେର୍‌ହାଉସିଂ କର୍ପୋରେଶନ(ଏସ୍‌ଡବ୍ଲ୍ୟୁସି)ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏଠାରେ ଆୟୋଜିତ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ଛଳରେ ପାଶ୍ୱାନ ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି। ଜାରତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତାକୁ ଅଧିକ କ୍ରିୟାଶୀଳ କରିବା, ଏଣ୍ଡ୍‌-ଟୁ-ଏଣ୍ଡ୍‌ କମ୍ପ୍ୟୁଟରୀକରଣ, ଗୋଦାମରେ ଖାଦ୍ୟଶସ୍ୟ ରଖିବାରେ ସ୍ବଚ୍ଛତା ଅବଲମ୍ବନ ଏବଂ ଏଫ୍‌ସିଆଇ, ସିଡବ୍ଲ୍ୟୁସି ଓ ଏସ୍‌ଡବ୍ଲ୍ୟୁସି ଡିପୋ ମଧ୍ୟରେ ଅନ୍‌ଲାଇନ ବ୍ୟବସ୍ଥା କରିବା ଦ୍ୱାରା ତାଳମେଳ ସ୍ଥାପନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ବୈଠକରେ ‘ଏକ ରାଷ୍ଟ୍ର , ଏକ ରାଶନ କାର୍ଡ’ ପ୍ରଚଳନ ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ହିତାଧିକାରୀ ଗୋଟିଏ ନିର୍ଦ୍ଦିଷ୍ଟ ରାଶନ ଦୋକାନ ସହ ଜଡ଼ିତ ରହିବାକୁ ବାଧ୍ୟ ରହିବେ ନାହିଁ। ଫଳରେ ଦୁର୍ନୀତିକୁ ରୋକାଯାଇପାରିବ। ଅନ୍ୟରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକମାନେ ଏହାଦ୍ୱାରା ଉପକୃତ ହେବେ। ସେମାନେ ନିଜ ଘରଠାରୁ ଦୂରରେ ଯେକୌଣସି ସ୍ଥାନରୁ ପଡିକାର୍ଡ ଜରିଆରେ ରାଶନ ଉଠାଇପାରିବେ। ଏହାଦ୍ୱାରା ସେମାନଙ୍କ ଖାଦ୍ୟ ସୁରକ୍ଷା ବଜାୟ ରହିପାରିବ। ଏଭଳି ସମନ୍ବିତ ପିଡିଏସ୍‌ ବ୍ୟବସ୍ଥା ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ନାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଏବଂ ତ୍ରିପୁରାରେ ପ୍ରଚଳନରେ ରହିଛି। ବୈଠକରେ ଉପସ୍ଥିତ ଅନ୍ୟ ରାଜ୍ୟମାନେ ଏଭଳି ନୂଆ ବ୍ୟବସ୍ଥା ଆପଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଆସନ୍ତା ୨ ମାସ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯଥାସାଧ୍ୟ ପ୍ରୟାସ ଜାରି ରହିଛି। କେନ୍ଦ୍ର ସ୍ତରରେ ସମସ୍ତ ପିଡିଏସ୍‌ କାର୍ଡର ତଥ୍ୟ ସାଇତି ରଖିବାକୁ ବ୍ୟବସ୍ଥା କରାଯିବ। ଦୁର୍ନୀତିକୁ ରୋକିବା ଉଦ୍ଦେଶ୍ୟରେ ଖାଦ୍ୟଶସ୍ୟ କିଣିବାଠାରୁ ଆରମ୍ଭ କରି ଏହାର ବଣ୍ଟନ ପର୍ଯ୍ୟନ୍ତ ସବୁକିଛି ପାଇଁ ଟେକ୍ନୋଲୋଜିର ସହାୟତା ନିଆଯିବ ବୋଲି ପାଶ୍ୱାନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri