ଆସାମରେ ନୂଆଁଖାଇ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଆସାମର ବିଶ୍ୱନାଥ ଚାରିଅଲ୍ଲୀ ଅନ୍ତର୍ଗତ ବାଘମାରି ଚା’ ବାଗାନରେ ‘ଓଡ଼ିଆ ମହାସଭା’ ଏବଂ ‘ଓଡ଼ିଆ ଛାତ୍ର ପରିଷଦ’ର ମିଳିତ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗତ ସୋମବାର ନୂଆଁଖାଇ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏବଂ ସ୍ଥାନୀୟ ବିଧାୟକ ପଲ୍ଲବ ଲୋଚନ ଦାସ ଉଦ୍‌ଘାଟନ କରିଥିଲେ। ଆସାମର ସାଂସ୍କୃତିକ ବିକାଶରେ ଓଡ଼ିଆଙ୍କ ଭୂମିକାକୁ ଅତିଥିମାନେ ପ୍ରଶଂସା କରିବାସହ ଓଡ଼ିଶାର ଗଣପର୍ବ ନୂଆଁଖାଇ ବିଷୟରେ କହିଥିଲେ। ଏହି ଅବସରରେ ଏକ ନିଆରା ସଙ୍ଗୀତ ଆସର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏବଂ କଣ୍ଠଶିଳ୍ପୀ ଏନ୍‌. ଶ୍ରୀନିବାସ ଯୋଗଦେଇ ମନଛୁଆଁ ଓଡ଼ିଆ ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଉଭୟ କଣ୍ଠଶିଳ୍ପୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।