Posted inଫୁରସତ

ଆସାଇନ୍‌ମେଣ୍ଟ ବଦଳରେ ଚିରା କାଗଜ ଦେଇ ଛାତ୍ର ପାଇଲେ ‘ଏ’ ଗ୍ରେଡ୍‌, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସ୍କୁଲ,କଲେଜରେ ପଢ଼ିବା ସମୟରେ ଆପଣଙ୍କୁ ଆସାଇନ୍‌ମେଣ୍ଟ ଲେଖିବାକୁ କୁହାଯାଇଥିବ ନିଶ୍ଚିତ। ଅଧିକ ନମ୍ବର ପାଇବା ପାଇଁ ଦିନରାତି ଏକ କରି ଆସାଇନ୍‌ମେଣ୍ଟ ଲେଖିବାକୁ ପଡ଼ିଥାଏ। କିନ୍ତୁ ଜଣେ ଛାତ୍ର ତାଙ୍କ ଶିକ୍ଷୟିତ୍ରୀଙ୍କୁ କିଛି ଚିରା କାଗଜର ଆସାଇନ୍‌ମେଣ୍ଟ ଧରାଇଥିଲେ ମଧ୍ୟ ତାଙ୍କୁ ପୂର୍ଣ୍ଣ ମାର୍କ ମିଳିଛି। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୧୯ ବର୍ଷୀୟ ଏମି ହାଗା ‘ମି’ ୟୁନିଭରସିଟି ନିଞ୍ଜା କ୍ଲବ ମେମ୍ବର। ତାଙ୍କୁ ନିଞ୍ଜା ସଂସ୍କୃତି ଉପରେ ଆସାଇନ୍‌ମେଣ୍ଟ ଲେଖିବାକୁ ଶିକ୍ଷୟିତ୍ରୀ କହିଥିଲେ। ଶିକ୍ଷୟିତ୍ରୀ ୟମାଦା ଶପଥ ବି କରିଥିଲେ ନିଜ ଦକ୍ଷତା ଅନୁଯାୟୀ ଲେଖିଲେ ଏଥିପାଇଁ ତାଙ୍କୁ ଅଧିକ ନମ୍ବର ମିଳିବ।

ଏଣୁ ଏମି ଆସାଇନ୍‌ମେଣ୍ଟ ଲେଖିବାକୁ ଉତ୍ସାହିତ ହୋଇ ଭିନ୍ନ ଧରଣର କାଳି ପ୍ରସ୍ତୁତ କରିଥିଲେ। ଯେତେବେଳେ ଏମି ଆସାଇନ୍‌ମେଣ୍ଟ ଦେଲେ ସେତେବେଳେ ଚିରା କାଗଜରେ ଏକ ମେସେଜ୍‌ କୋର୍ଡ ଥିଲା। ଯେଉଁଥିରେ ଲେଖାଥିଲା ପଢ଼ିବା ପୂର୍ବରୁ ଏହାକୁ ନିଆଁ ନିକଟକୁ ନେଇଯିବେ। ଏହା ପରେ ଦେଖିବେ କ’ଣ ହେଉଛି। ଏମିଙ୍କ କହିବା ଅନୁସାରେ, ଶିକ୍ଷୟିତ୍ରୀ କାଗଜଟିକୁ ଷ୍ଟୋଭ୍‌ ନିକଟକୁ ନେଇଗଲେ।

ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାଗଜଟିକୁ ନିଆଁରେ ଦେଖାଇବା ପରେ ପାଣିରେ ପକାଇବାରୁ ଏଥିରୁ ଏକ ପେଷ୍ଟ ମିଳିଲା ଯେଉଁଥିରେ ଏମି କାଳି ତିଆରି କରିଥିଲେ। ତେଣୁ ଶିକ୍ଷୟିତ୍ରୀ ଜଣକ ଏମିଙ୍କ ଏପରି ବୁଦ୍ଧିକୁ ପ୍ରଶଂସା କରିବା ସହିତ କିଛି ନ ଲେଖିଥିଲେ ମଧ୍ୟ ‘ଏ’ ଗ୍ରେଡ୍‌ର ମାର୍କ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫିରେ ଇଶାନ କିଶନଙ୍କ ଦଳ ଇଷ୍ଟ ଜୋନ ମାଲାମାଲ: ହାରିକି ବି ସାଉଥ ଜୋନ୍‌ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କାହାକୁ ମିଳିଲା କେତେ…

ନୂଆଦିଲ୍ଲୀ , ୧୧।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସ୍‌ରେ ବଡ଼ ଅଗ୍ରଣୀ ଯୋଗୁ ଇଷ୍ଟ ଜୋନ ଚାମ୍ପିଅନ…

ମ୍ୟାଚ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ବୈଭବ, ଶାମିଙ୍କୁ ଦେଲେ ବଡ଼ ଉପହାର: ଦେଖିକି ଭାବପୂର୍ଣ୍ଣ ହୋଇଗଲେ…

ନୂଆଦିଲ୍ଲୀ , ୧୧।୯: ମ୍ୟାଚ ଜିତିବା ପରେ ପଡ଼ିଆରେ ହେଉଥିବା ସେଲିବ୍ରେଶନ ଯେତିକି ଖାସ, ତାଠାରୁ ଅଧିକ ସ୍ମରଣୀୟ ହୋଇଥାଏ ଡ୍ରେସିଂ ରୁମ୍‌ର ଖୁସିର ମୁହୂର୍ତ୍ତ। ଦୀର୍ଘ…

ବଡ଼ ସଫଳତା, ନାଗ-ଅହିରାଜ ବିଷକୁ ମାତ୍‌ ଦେବ ଲାବ୍‌ ନିର୍ମିତ ଆଣ୍ଟିଭେନମ୍‌!

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ନାଗ, ଅହିରାଜ ଭଳି ସାପ ବିଷ ବିରୋଧରେ ସଂଗ୍ରାମ ପାଇଁ ଗବେଷକମାନେ ଏକ ନୂତନ ଲାବ୍‌-ନିର୍ମିିତ ‘ରିକମ୍ବିନାଣ୍ଟ ଆଣ୍ଟିଭେନମ୍‌’ ପ୍ରସ୍ତୁତ କରିଛନ୍ତି। ମୂଷାଙ୍କ…

ଗଠନ ହେଲା ବଡ଼ ବଡ଼ ରାଜଯୋଗ: ଆଜିଠୁ ୫ ରାଶିଙ୍କ ସୁବର୍ଣ୍ଣ ସମୟ, ନିବେଶରୁ ମିଳିବ ଆଶାଠାରୁ ଅଧିକ ଲାଭ

ଭୁବନେଶ୍ୱର: ସେପ୍ଟେମ୍ବର ୧୧, ୨୦୨୬ ଶୁକ୍ରବାର ଭାଦ୍ରବ ଅମାବାସ୍ୟା। ପଞ୍ଚାଙ୍ଗ ଅନୁସାରେ ଏହି ଦିନ ବୃଷଭୋତ୍ସବ ପାଳନ କରାଯାଏ। ଏଥିସହ ଦ୍ୱିତୀୟ ଚାତୁର୍ମାସର ୧୯ତମ ଦିନ ମଧ୍ୟ…

ପ୍ରବଳ ବର୍ଷା-ବିଦ୍ୟୁତ କାଟ ସତ୍ତ୍ୱେ ଭୀମଭୋଇ ଭିନ୍ନକ୍ଷମ ଶିବିର: ଟର୍ଚ୍ଚ ଆଲୁଅରେ ସେବା ଯୋଗାଇଲେ ଡାକ୍ତର

ଥୁଆମୂଳ ରାମପୁର,୧୧।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଲଗାଣ ବର୍ଷା ସତ୍ତ୍ୱେ ୧୭୪…

ଧର୍ମଶାଳାରେ ଅବକାରୀ ବିଭାଗ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ମିଳିତ ଚଢ଼ାଉ: ଟ୍ୟୁବ୍‌ ଭିତରୁ ୪୦୦ ଲିଟର ଦେଶୀ ମଦ ଜବତ

ଧର୍ମଶାଳା,୧୧ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅବକାରୀ ବିଭାଗ ଅନ୍ତର୍ଗତ ଦେଓଦା ଗାଁରେ ଶୁକ୍ରବାର ସକାଳୁ ଅଚାନକ ଚଢ଼ାଉ କରାଯାଇଛି । ଅବକାରୀ ବିଭାଗ ଓ…

କୋରାପୁଟ ଜିଲାରେ ୪୭୭ ମିମି ବର୍ଷା: କୁନ୍ଦ୍ରାରେ ସର୍ବାଧିକ ୫୯ ମିମି

କୋରାପୁଟ,୧୧ା୯(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବ୍ଲକ୍‌ରେ ଶୁକ୍ରବାର ୪୭୭ ମିମି ବର୍ଷା ରେକର୍ଡ ହୋଇଛି । ଜିଲାର କୁନ୍ଦ୍ରା ବ୍ଲକ୍‌ରେ ସର୍ବାଧିକ ୫୯ ମିମି ବର୍ଷା…

ଫାଇନାଲରେ ଭାରତ: ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

ଦୁବାଇ,୧୧/୯: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri