ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା କାଳିଆ ଯାଞ୍ଚ ଅବଧି

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ଅବଧି ବୃଦ୍ଧି ପାଇଛି। ବୁଧବାର ଏହି ଯାଞ୍ଚର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନାର ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷଙ୍କ ଯାଞ୍ଚ କରାଯାଇଛି। ୨୭ରେ ପଞ୍ଚାୟତ, ୨୯ରେ ବ୍ଲକ, ଓ ୩୧ରେ ଜିଲାସ୍ତରରେ ଯାଞ୍ଚ କରାଯିବ। ଅଯୋଗ୍ୟ ହିତାଧିକାରୀମାନେ ପରବର୍ତ୍ତୀ କାଳିଆ କିସ୍ତି ପାଇବେ ନାହିଁ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି।