ଆସନ୍ତା ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ)- ପିଜି ପାଠ୍ୟକ୍ରମ ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହା ସହିତ ଜୁନ୍‌ ୧୫ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶ କରିବେ। ମଙ୍ଗଳବାର ଇମେଜ୍‌ଠାରେ ଆୟୋଜିତ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, କମନ୍‌ ପିଜି ଆଡମିଶନ୍‌ ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ଜଣେ ପିଲା ଯୁକ୍ତ୩ ପରୀକ୍ଷା ପରେ ପିଜିରେ ଆଡମିଶନ୍‌ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରାନ୍ସ ଦେଉଛନ୍ତି ଏବଂ ଖର୍ଚ୍ଚାନ୍ତ ହେବା ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ କମନ୍‌ ପିଜି ଏଣ୍ଟ୍ରାନ୍ସ ଦ୍ୱାରା ମେରିଟ୍‌ ଲିଷ୍ଟ ଯୋଗେ ଯିଏ ଯେଉଁଠି ଚାହିଁବ ସେଠାରେ ପାଇପାରିବେ ବୋଲି ସେ କହିଛନ୍ତି।