Categories: ଜାତୀୟ

ଆସନ୍ତା କାଲି ଶପଥ ନେଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଗଣିତ ହୋଇଗଲା ଓଲଟ ପାଲଟ। ଫେଲ୍‌ ମାରିଲା ଭାଜପାର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ପ୍ଲାନ୍‌। ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବୁଧବାର ସେ ଶପଥ ଗ୍ରହଣ କରିପାରନ୍ତି। ତାଙ୍କ ସହ କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାଟ ଓ ଏନ୍‌ସିପି ନେତା ଜୟନ୍ତ ପାଟିଲ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇ ପାରନ୍ତି ବୋଲି ଅଲୋଚନା ହେଉଛି। ତେବେ ସରକାର ଗଢିବାକୁ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

Share