ଆଶ୍ରମ, ମଠକୁ ସହଯୋଗର ହାତ ବଢାଇଲେ ରାମଚନ୍ଦ୍ର

ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ମଠ ଓ ଆଶ୍ରମଗୁଡିକ ଅବସ୍ଥା ଏବେ ଧୀରେ ଧୀରେ ବିଗିଡିବାରେ ଲାଗିଛି ା ସେଠାରେ ରହୁଥିବା ସାଧୁସନ୍ଥ ଓ ଅନ୍ତେବାସୀଙ୍କ ମଧ୍ୟରେ ଖାଦ୍ୟ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ା ଖବର ପାଇ ସିମୁଳିଆ ଓ ଖଇରା ବ୍ଲକର ଠିକାଦାର ସଂଘର ସଭାପତି ରାମଚନ୍ଦ୍ର ମହାକୁଡ ଆଶ୍ରମଗୁଡିକ ପାଇଁ ଉଭୟ ଶୁଖିଲା ଓ ରନ୍ଧାଖାଦ୍ୟ ବ୍ୟବସ୍ଥା କରିଛନ୍ତି। ଡଗରପଡା ଆଶ୍ରମ ସ୍କୁଲ ପାଇଁ ୮ଦିନର ଚାଉଳ, ଡାଲି, ପିଆଜ, ଆଳୁ, ତେଲ, ସାବୁନ ସହ ପ୍ରତ୍ୟେକ ଅନ୍ତେବାସୀଙ୍କୁ ମାକ୍ସ ପ୍ରଦାନ କରିଛନ୍ତି ା ସେହିଭଳି ଚାନ୍ଦଗୋଛି ମଠ, ସାଲମାଗଡିଆ ମଠ, ଖଇରା ମହିମା ଅଲେଖ ଆଶ୍ରମକୁ ମଧ୍ୟ ପରିବା ଓ ଫଳ ଯୋଗାଇ ଦେଇଛନ୍ତି ା ବିଭିନ୍ନ ଗ୍ରାମରେ ଅସହାୟ ଅବସ୍ଥାରେ ଥିବା ପରିବାରଗୁଡିକ ପାଇଁ ୧୫୦ ଖାଦ୍ୟପୁଡିଆ ବ୍ୟବସ୍ଥା କରିଛନ୍ତି ା ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ହଜାର ଟଙ୍କା ଦାନ କରିଛନ୍ତି ା