ଆଶାକର୍ମୀଙ୍କୁ ଗାଳିଗୁଲଜ ଅଭିଯୋଗ

ବ୍ରହ୍ମଗିରି,୩୧ା୧୨(ଡି.ଏନ୍‌.ଏ.):ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣାନୂଆଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ମୋବାଇଲ ଫୋନରେ କେହି ଦୁର୍ବୃତ୍ତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ରେବଣା ନୂଆଗଁାଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ଆଶାକର୍ମୀମାନଙ୍କ ଏକ ତାଲିମ ଶିବିର ପାଣ୍ଡାପୋଖରୀଠାରେ ଅନୁଷ୍ଠିତ ହୋଇଥିଲା। ତାଲିମ ପରେ ଆଶାକର୍ମୀମାନେ ସେଠାରେ ରାତ୍ରିଯାପନ କରିଥାନ୍ତି। କେହି ଦୁବୃର୍ର୍ତ୍ତ ଫୋନକରି ଗାଳିଗୁଲଜ କରୁଥିବା ନେଇ ଆଶାକର୍ମୀମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ।