Categories: ଜାତୀୟ

ଆଳୁ ସମ୍ମିଳନୀରେ ମୋଦି: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ହେବ ୨ ଗୁଣା

ଗାନ୍ଧିନଗର,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଗାନ୍ଧିନଗରରେ ତୃତୀୟ ଆଳୁ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି ଯେ, ଭାରତ ସରକାର ୨୦୨୨ ସୁଦ୍ଧା ଦେଶର ଚାଷୀଙ୍କ ଆୟ ୨ ଗୁଣା କରିବା ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛନ୍ତି। ଦେଶର ଜନସାଧାରଣଙ୍କ ଖାଦ୍ୟ ଚାହିଦା ପୂରଣ କରିବା ଲାଗି ଚାଷୀଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ଭାର ପଡ଼ିଥାଏ। ଏପରିସ୍ଥଳେ ଚାଷୀ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଉପଯୋଗକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସରକାର ଉତ୍ପାଦନ ହେଉଥିବା ଖାଦ୍ୟଶସ୍ୟ କିପରି ନଷ୍ଟ ନ ହେବ ସେ ନେଇ ନାନା ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାର ସୁଫଳ ଉଭୟ ଉତ୍ପାଦକ ଏବଂ ଉପଭୋକ୍ତାଙ୍କୁ ମିଳିବ ବୋଲି ମୋଦି ସୂଚନା ଦେଇଛନ୍ତି। ସେହିପରି ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ଶତ ପ୍ରତିଶତ ଏଫ୍‌ଡିଆଇ ସହିତ ଚାଷୀଙ୍କ ଆର୍ଥତ୍କ ବିକାଶ ପାଇଁ କିସାନ ସମ୍ପଦା ଯୋଜନା ଦ୍ୱାରା ମୂଲ୍ୟଯୁକ୍ତ ଉତ୍ପାଦନ ଏବଂ ମୂଲ୍ୟଯୁକ୍ତ ଚେନ୍‌ ବିକାଶ ପ୍ରକ୍ରିୟା ଉପରେ କାର୍ଯ୍ୟ ଧାରା ପ୍ରସ୍ତୁତ କରାଯାଇଥିବା ମୋଦି କହିଛନ୍ତି।

Share